ସାମ୍ୱାଦିକଙ୍କୁ ପୁଲିସର ମାଡ଼ ନେଇ ଥାନାରେ ଏତଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ସାମ୍ୱାଦିକଙ୍କୁ ପୁଲିସର ମାଡ଼ ନେଇ ଥାନାରେ ଏତଲା

journalists file fir against puri police for beating them up with lathis

ପୁରୀ (ଓଡ଼ିଶା ରିପୋର୍ଟର): ପେଟ୍ରୋଲ ପମ୍ପରେ କମ୍‌ ପରିମାଣରେ ତେଲ ଦିଆଯାଉଥିବା ଓ ସେଥିରେ ଅପମିଶ୍ରଣ ହେଉଥିବା ଅଭିଯୋଗକୁ ନେଇ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରିବାକୁ ଯାଇ ପୁଲିସ ଆଖିବୁଜା ଲାଠି ଚାର୍ଜ କରିଥିଲା। ଏଥିରୁ ଗଣମାଧ୍ୟମ ପ୍ରତିନିଧିମାନେ ବାଦ ପଡ଼ିନଥିଲେ। ସେମାନଙ୍କର ପରିଚୟ ଜାଣି ସୁଦ୍ଧା ପୁଲିସ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସାମ୍ବାଦିକଙ୍କ ସମେତ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଗଣମାଧ୍ୟମ ପ୍ରତିନିଧିମାନେ ଆଜି ପୁରୀ ଏସ୍‌ପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ପୁଲିସର ମାଡ଼ ପ୍ରତିବାଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ କୁମ୍ଭାରପଡ଼ା ଥାନାରେ ଏତଲା ଦିଆଯାଇଥିଲା। କେଉଁ ପରିସ୍ଥିତିରେ ପୁଲିସ ଏଭଳି ମାଡ଼ ମାରିଲା, ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାମ୍ୱାଦିକମାନେ ଦାବି କରିଥିଲେ।

ପୁରୀ ଏସ୍‌ପି ସାର୍ଥକ ଷଡଙ୍ଗୀ ଏହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ଆହତ ସାମ୍ବାଦିକଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ ବୋଲି ସେ କହିଛନ୍ତି।

ପୁଲିସର ଲାଠିମାଡରେ ମେଡ଼ିକାଲ ଛକରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପେଟ୍ରୋଲ ପମ୍ପକୁ ଘେରିଥିଲେ।

ସୂଚନା ଅନୁଯାୟୀ, ଗତକାଲି ଏକ ପେଟ୍ରୋଲ ପମ୍ପରେ କମ୍‌ ପରିମାଣର ପେଟ୍ରୋଲ ବାହାରିବାକୁ ନେଇ ଜଣେ ଗ୍ରାହକ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଲୋକ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଉତ୍ତେଜନା ବଢୁଥିବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଖିବୁଜା ଲାଠିଚାର୍ଜ କରିଥିଲା। ଏହି ସମୟରେ ସେଠାରେ ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ପୁଲିସ ଲାଠିମାଡ଼ କରିଥିଲା।

ତେବେ ନିର୍ଦ୍ଧାରିତ ପରିମାଣ ଠାରୁ କମ୍ ପେଟ୍ରୋଲ୍‌ ବାହାରୁ ଥିବା ପ୍ରସଙ୍ଗରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2OXgRBP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages