
ନୂଆଦିଲ୍ଲୀ: “ଯଥେଷ୍ଟ ସୁଯୋଗ ଦେଲା ପରି ବି ଯଦି କୌଣସି ଖେଳାଳି ଭଲ ପ୍ରଦର୍ଶନ କରିବେ ନାହିଁ, ତା’ହେଲେ ଆମକୁ ନୂଆ ମୁହଁ ଖୋଜିବାକୁ ପଡ଼ିବ। ଯେଉଁମାନେ ଇଣ୍ଡିଆ ଏ ଓ ଘରୋଇ ମ୍ୟାଚ୍ ଗୁଡ଼ିକରେ ଭଲ ଖେଳୁଛନ୍ତି ସେମାନଙ୍କୁ ଟିମ୍ରେ ସାମିଲ କରାଯିବ।”
ଇଂଲଣ୍ଡଠାରୁ ଭାରତ ୧-୪ରେ ଟେଷ୍ଟ୍ ସିରିଜ୍ ହାରିବା ପରେ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମ୍.ଏସ୍.କେ ପ୍ରସାଦ ‘ଟାଇମ୍ସ ଅଫ୍ ଇଣ୍ଡିଆ’କୁ ଦେଇଥିବା ଏକ ସାକ୍ଷାତକାରରେ ଏ କଥା କହିଛନ୍ତି।
ସେ କହିଛନ୍ତି ଯେ, ଟିମ୍ର ନିର୍ଦ୍ଦିଷ୍ଟ ଆବଶ୍ୟକତା ଅନୁଯାୟୀ ଖେଳାଳିମାନଙ୍କୁ ଚୟନ କରାଯାଏ। ତେଣୁ ସେମାନଙ୍କୁ ଯଥେଷ୍ଟ ସୁଯୋଗ ବି ଦିଆଯିବା ଆବଶ୍ୟକ। କିନ୍ତୁ ତା’ସତ୍ତ୍ୱେ ସେମାନେ ଭଲ ପ୍ରଦର୍ଶନ ନକଲେ ନୂଆ ଯୁବ ଖେଳାଳିଙ୍କୁ ଆଣିବାକୁ ପଡ଼ିବ।
ପ୍ରସାଦ କହିଛନ୍ତି, ଆମ ଓପନରମାନେ ଇଂଲଣ୍ଡରେ ଆହୁରି ଭଲ ଖେଳି ପାରିଥାଆନ୍ତେ। ତେବେ ଇଂଲଣ୍ଡର ଓପନରମାନେ ବି ବିଫଳ ହୋଇଥିଲେ। ସ୍ଥିତି ବହୁତ କଠିନ ଥିଲା। ତେଣୁ ଉଭୟ ଦଳର ଓପନରମାନେ ବିଫଳ ହୋଇଥିଲେ। ଅଳ୍ପ କିଛି ବର୍ଷ ହେଲାଣି ପୂଜାରା ଓ ରାହାଣେ ୩ ଓ ୫ ନମ୍ବରରେ ଭଲ କରୁଛନ୍ତି। ମିଡିଲ୍ ଅର୍ଡର ସମ୍ଭାଳିବା ପାଇଁ ଉଭୟଙ୍କର ବହୁତ ଅଭିଜ୍ଞତା ରହିଛି।
ପ୍ରସାଦ ପେସ୍ ବୋଲରମାନଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଇଂଲଣ୍ଡ ଗସ୍ତରେ ପେସ୍ ବୋଲରମାନେ ବଢ଼ିଆ ପ୍ରଦର୍ଶନ କରିଛନ୍ତି। ୫ଟି ଟେଷ୍ଟରେ ସେମାନେ ୬୦ରୁ ଅଧିକ ୱିକେଟ୍ ନେଇଛନ୍ତି। ଫିଲ୍ଡିଂ ମଧ୍ୟ ଭଲ ହୋଇଥିଲା। ତେବେ ସାମୂହିକ ଭାବେ ବ୍ୟାଟିଂ ଆଶାନୁରୂପକ ନଥିଲା।
from Odisha Reporter https://ift.tt/2Necky0
No comments:
Post a Comment