ବିଜେଡି ବ୍ଲୁ ସିଡି ଯୋଜନା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ବିଜେଡି ବ୍ଲୁ ସିଡି ଯୋଜନା !

‘ହଇଏ ଦକ୍ଷିଣକବାଟେ, କଥାଟା ଶୁଣିଲଣି ନା ନାଇଁ ଯେ?’

ଦକ୍ଷିଣ କବାଟ ମହୋଦୟ ମୁଣ୍ଡ ଟୁଙ୍କାରିଲେ । ତାଙ୍କ ଶୈଳୀର ମୁଣ୍ଡ ଟୁଙ୍ଗାରିବା ଦେଖି ଖଞ୍ଜ ମଉସା ଜାଣିଗଲେ ସେ କିଛି ଜାଣି ନାହାନ୍ତି।

ଏଥର ବୁଢା (ଖଞ୍ଜ ମଉସା) ଭାସିଲା- “କି ଯୁଗ ହେଲା କିଓ ! କାଲି ସନ୍ଧ୍ୟାରେ ଟିଭି ଯାହା ଦେଖେଇଲା, ମୁଁ ଦେଖିଲା ପରେ ପା ମୁଣ୍ଡ ଟିଣ ହେଇଗଲା। ଆମେ ଯାହାଙ୍କୁ ଏତେ ଭରସା କରି ଗାଦିରେ ବସଉଛୁ ସେ ଗାଦି ମତ୍ତରେ… ଛି ଛି ଛି।”

‘କହିବାକୁ ତୁଣ୍ଡ ଲେଉଟୁ ନ ଥିଲେ ବି, ଆଜ୍ଞା ଆମେ କହିବାକୁ ବାଧ୍ୟ। କାରଣ ପରିସ୍ଥିତି ଯାହା ହେଲାଣି ଆମେ ଚୁପ୍‌ ରହିଲେ ଆପଣ କହିବେ, ଆମେ ହୁଏତ କାହାକୁ ଘଣ୍ଟ ଘୋଡ଼ାଉଛୁ।’

‘ସେଥିପାଇଁ ଆଉ ଫନ୍ଦି ଫିକର ନ କରି ମଞ୍ଜ କଥା ଆଡକୁ ଚାଲନ୍ତୁ ମୁହାଁଇବା।’

ବାସ୍ତବ କଥାଟି କାଲିର ପ୍ରମୁଖ ଖବରକୁ ନେଇ। ଆମେ କହୁଛୁ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ ବ୍ଲୁ ସିଡି କେଳେଙ୍କାରୀ କଥା।

ବାବୁ ଆମର ପୂର୍ବରୁ ବିଧାୟକ ଥିଲେ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଥିବା ଦଳର ପ୍ରାର୍ଥୀ ଥିବାରୁ ବାବୁଙ୍କ ଉପରେ ସରଳ ନିରୀହ ଆଦିବାସୀ ଲୋକେ ଆସ୍ଥା ଥାପିଥିଲେ।

ଆଶା ଥିଲା ସେ ସୁଖ ଦୁଃଖ ବୁଝିବେ, ଆଉ ଆଞ୍ଚଳିକ ସମସ୍ୟାର ସମାଧାନ କରିବେ।

ଅବଶ୍ୟ ସେ କିଛି କଲେ।

କାଁ ଭାଁ କାମ ତୁଟିଯିବା ପରେ ଏଥର ଯାହା କରିଛନ୍ତି ସେଥିପାଇଁ ଲାଜରେ ମୁଣ୍ଡ ନଇଁଗଲା। ସେଇ ଲୋକେ ଯେଉଁମାନେ ତାଙ୍କୁ ଭୋଟ ଦେଇ ବିଧାନସଭା ପଠାଇଥିଲେ ସେମାନେ ଏବେ କହଁରଙ୍କ ନାଁ ଶୁଣି ନାକ ଟେକିଲେଣି।

ଏରିଆରେ କଥା ଉଠିଲାଣି, ସେ କୁଆଡ଼େ ଗୋଟେ ଝିଅକୁ, ଗୋଟେ ନୁହେଁ ତ ଦି ୪ଟା ଝିଅଙ୍କୁ ପ୍ରେମ କରୁଥିଲେ। ହେଲେ ମନ ଟିକେ ଜଣଙ୍କ ଆଡ଼କୁ ବେଶୀ ଢଳିଥିଲା। କିନ୍ତୁ ଯୁବତୀଙ୍କ ଘରଲୋକେ ବାବୁଙ୍କ ରସିକପଣିଆ ଜାଣିବା ପରେ ତାଙ୍କ ଝିଅ ସହ ମିଳାମିଶା କରିବାକୁ ରୋକଠୋକ୍‌ ମନା କରିଦେଲେ। ଯେଉଁ କାରଣରୁ କହଁରେ କୁଆଡ଼େ ରାଗି ସେଇ ତଥାକଥିକ ପ୍ରେମିକାଙ୍କ ମା’ଙ୍କୁ ଠେଲାପେଲା କରିଥିଲେ। ଆଉ ଯୁବତୀଙ୍କ ଉପରେ ଅଭିଯୋଗ ଲଗେଇଲେ, ସିଏ ତାଙ୍କୁ ପୂର୍ବଭଳି ଆଉ ଭଲ ପାଉ ନାହାନ୍ତି।

ଆଉ ଏଇ ଅଭିଯୋଗର ଦିନ କେଇଟା ପରେ ଭାଇରାଲ ହୋଇଛି ବାବୁଙ୍କ ଭିଡିଓ। ଚୁମ୍ବନ, ଆଲିଙ୍ଗନ ଆଉ ଶାୟିତ ମୁଦ୍ରାରେ ଜଣେ ଯୁବତୀଙ୍କ ସହ ଦୃଷ୍ଟିଗୋଚର ହେଉଛନ୍ତି ସାଆରେ। ଆଉ ଅଧିକ କିଛି କହିବା ଠିକ୍‌ ହବନି।

ଖଞ୍ଜ ମଉସାଙ୍କ ଦାଣ୍ଡ ଖଞ୍ଜାରେ କାଲି ସଞ୍ଜରେ ଜମିଥିବା ଖଟିରେ ଏହି ପ୍ରସଙ୍ଗଟି ଥିଲା ପ୍ରମୁଖ। ମଉସା ରାଜନୀତି ପ୍ରବଚନ ଦେଉଥିବା ବେଳେ ତାଙ୍କ ମୁହଁକୁ ଚାହିଁ ଗାଁ ଟୋକାଏ ଯେମିତି ରସ ପିଇ ଯାଉଥିଲେ।

ସେଥିରୁ ଗୋଟେ ଚାଙ୍ଗଡ଼ା ଟୋକା ଚିହିଁକି ଉଠି କହିଲା- “ଜେଜେ ତମେ ସେ ଏମ୍‌ଏଲ୍‌ଏକୁ ଯାହା କହୁଛ କୁହ, ହେଲେ ଆମ ଦଳକୁ ସେମିତି କହିବନି। କାରଣ ସେ ଭିଡିଓଟା ଯୋଉ ନେତାଙ୍କର ସେ ନେତା ଜଣକ ଏବେ ଆଉ ଆମ ଦଳର ଏମ୍‌ଏଲ୍‌ଏ ନୁହେଁ।”

ତା କଥାରେ କଥା ମିଶେଇ ଆଉ ଥୋଡ଼ାଏ ଟୋକା ବି ପାଳି ଧଇଲେ।

ହେଲେ ପ୍ରଥମଟୁ ମୁଣ୍ଡକୁ ଟିଣ କରି ବସିଥିବା ଖଞ୍ଜ ମଉସା ନଛୋଡ଼ବନ୍ଧା। ମୁହଁ ଖୋଲୁଖୋଲୁ ବିସ୍ଫୋରଣ ହେଲା।

“ବିଜୁ ଜନତା ଦଳ ନାନା ପ୍ରଜାତିର ଯୋଜନା ପାଇଁ ପ୍ରସିଦ୍ଧ। ବିଜୁ ଯୁବ ବାହିନୀ, ବିଜୁ ମହିଳା ଜନତା ଦଳ, ବିଜୁ ଗାଁ କଲ୍ୟାଣ ସମିତି ଭଳି ଅନେକ ନାମରେ ଜନହିତକାରୀ ଯୋଜନା ଦଳ କାର୍ଯ୍ୟକାରୀ କରିଛି। ଖାଲି ଯାହା ଏହି ଯୋଜନାଗୁଡ଼ିକ ମଧ୍ୟରୁ ଟୋକାଏ ଉପକୃତ ହେଲା ଭଳିଆ କିଛି ଯୋଜନା ନ ଥିଲା। ସେଇଥିପଇଁ ଯଦି ଏଥର ‘ବିଜେଡି ବ୍ଲୁ ସିଡି ଯୋଜନା’ କାର୍ଯ୍ୟକାରୀ କରାଯାଆନ୍ତା ତା ହେଲେ ମୋ ମତରେ ଭଲ ହୁଅନ୍ତା।’’

ଖଞ୍ଜ ମଉସା ଏତିକି କହିଲା ବେଳକୁ ଦଳ କଥା କହି ବାହାସ୍ଫୋଟ ମାରୁଥିବା ଟୋକା ତିନିଜଣ ଲାଙ୍ଗୁଡ଼ ଜାକିଲେଣି।

“ହଇରେ ଅଲାଜୁକ। ସବୁ ବେହିଆ ତ ତମ ଦଳରେ। ମେୟର ବୁନୁ ଜେନା ହୁଅନ୍ତୁ କି ପୂର୍ବତନ ବିଧାୟକ ନବୀନ ନନ୍ଦ। ସବୁ ତ ବିଜୁ ବ୍ରାଣ୍ଡ ବଜେଇ ବୁଲୁଥିଲେ। ଆଉ କାଳ ଉଣ୍ଡି ନିଜ ରଙ୍ଗନ୍‌ ମିଜାରର ଖେଳ ବି ଦେଖେଇଲେ। ହେଲେ ତମେ କହିବ ପ୍ରମାଣ କଥା। ହଇଓ ସିଏ କ’ଣ ଯାହି ତାହି ଲୋକ ହୋଇଛନ୍ତି। ଖୋଦ୍‌ ଜନ ପ୍ରତିନିଧି ପରା। ତମେ ଚୋରି କର କି ନ କର ଅନ୍ଧାରା ପଇଥିଲ ମାନେ କିଛି ଗୋଟେ ଥବ ନା।”

ଏ କଥା ଶୁଣି ଟୋକାପଲ ବସ୍ତାନି ବାନ୍ଧିଲେ, କିଏ ପୁଣି ମୋବାଇଲ ଅଣ୍ଡାଳିଲା।

ଦୃଶ୍ୟ ଦେଖୁ ଦେଖୁ ଛିଗୁଲେଇ ହେଇ ଖଞ୍ଜ ମଉସା କହିଲେ, ‘ଦେଖ ଦେଖ କାଳେ ସେ ଭିଡୁଅଟା ତୋ ପାଖକୁ କିଏ ପଠେଇଥବ, ଦେଖେ।’

ଏତିକି ଶୁଣି ଗାଁ ଟୋକା କାମ ବାହାନାରେ ବାହାରକୁ ବାହାରୁଥିବା ଦେଖି ଦକ୍ଷଣ କବାଟ ଛିଙ୍କିଦେଲେ-

‘ଆଜ୍ଞା କାଇଁ ସେମାନଙ୍କୁ କହୁଛନ୍ତି। ସେମାନଙ୍କୁ ପା ଗଦ ଶୁଙ୍ଘେଇଛନ୍ତି। ସେମାନେ କ’ଣ ଆଉ ଗାଁ ଟୋକା ହେଇ ଅଛନ୍ତି। ସିଏ ପା ସବୁ ଗୋଟା ଗୋଟା ‘ମୁଁ ହିରୋ।’ ଆଉ ଖାସ୍‌ ତାଙ୍କରି ପାଇଁ ସରକାର ଲାଗୁ କରିବାକୁ ଯାଉଥିବା ‘ବିଜେଡି ବ୍ଲୁ ସିଡି ଯୋଜନା’କୁ ମୁଁ ବି ସମର୍ଥନ କରୁଛି।



from Odisha Reporter https://ift.tt/2wUA5QX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages