
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅନ୍ତର୍ଗତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ କାର୍ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିଚୟ ମିଳି ପାରି ନାହିଁ।
ତେବେ କାର୍ ମାଲିକଙ୍କ ପରିଚୟ ମିଳିଛି। ତାଙ୍କ ନାଁ ସଂଗ୍ରାମ ଆଇଚ। କାର୍ ନମ୍ବର OR02AM2600 ରହିଛି।
ମହିଳାଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
କାର୍ର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି। ତେଣୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ୟ କୁହାଯାଉଛି।
ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି,“ମୃତଦେହକୁ ବ୍ୟବଚ୍ଛେଦ କରାଯିବ। ତଦନ୍ତ ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ। ମହିଳାଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା କରାଯାଉଛି।”
from Odisha Reporter https://ift.tt/2P04wNl
No comments:
Post a Comment