
କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ କର୍ମଚାରୀଙ୍କ ସହ ସମାନ ଦରମା ଓ ଭତ୍ତା ପ୍ରଦାନ, ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବା, ଅବସର ନେଇଥିବା କର୍ମଚାରୀଙ୍କୁ ତୁରନ୍ତ ପେନ୍ସନ୍ ପ୍ରଦାନ ଓ ଫାୟାର ମ୍ୟାନ ହାବିଲଦାର ସଂଘର ପଞ୍ଜିକରଣ ଆଦି ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଅଗ୍ନିଶମ କର୍ମଚାରୀ ସଂଘ।
ଏଥିରେ ରାଜ୍ୟର ୫ ହଜାରରୁ ଅଧିକ ଫାୟାରମ୍ୟାନ, ହାବିଲଦାର, ଡ୍ରାଇଭର, ଫାୟାର ଡ୍ରାଇଭର ସାମିଲ ହୋଇଛନ୍ତି।
ଦୀର୍ଘଦିନ ଧରି ଦାବି କରାଯାଉଥିଲେ ବି କୌଣସି ପଦକ୍ଷେପ ନିଆନଯିବାରୁ ଆନ୍ଦୋଳନକୁ ଓହ୍ଲାଇଥିବା ସଂଘ କହିଛି।
ଅନ୍ୟପଟେ ଆନ୍ଦୋଳନରୁ ଓହରିବାକୁ କଟକ ଫାୟାର ରେଞ୍ଜ ଅଫିସର କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି।
from Odisha Reporter https://ift.tt/2O5jMv4
No comments:
Post a Comment