ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକ୍‌ସନ୍‌ ଦେବାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକ୍‌ସନ୍‌ ଦେବାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

hospital

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଜଣେ ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକ୍‌ସନ୍‌ ଦେବା ନେଇ ମାଲକାନଗିରି ଜିଲ୍ଲା ଏମ୍‌.ଭି ୧୯ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଯେଉଁ ଔଷଧ ଦୋକାନୀ ଏହି ଇଞ୍ଜେକ୍‌ସନ୍ ଦେଇଥିଲେ ତାଙ୍କ ଦୋକାନ ବନ୍ଦ କରି ଦେବାକୁ ମଧ୍ୟ ଲୋକେ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୋପାଳ ମଣ୍ଡଳ ନାମକ ଜଣେ ବ୍ୟକ୍ତି କିଛି ଦିନ ହେବ ଦୁର୍ବଳ ଅନୁଭବ କରୁଛନ୍ତି। ତେଣୁ ତାଙ୍କୁ ଏମ୍‌.ଭି.୧୯ ଗ୍ରାମର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ପରୀକ୍ଷା ପରେ ତାଙ୍କୁ ବ୍ରେନ୍ ମ୍ୟାଲେରିଆ ହେଇଥିବା ଜଣାପଡ଼ିଥିଲା। ଏଥିଲାଗି ଆବଶ୍ୟକ ଇଞ୍ଜେକ୍‌ସନ୍ କିଣି ଆଣିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଏହା ପରେ ରୋଗୀଙ୍କ ସଂପର୍କୀୟ ଡାକ୍ତରଖାନା ପାଖରେ ଥିବା ମେଡିସିନ୍ ଦୋକାନରୁ ଇଞ୍ଜେକ୍‌ସନ୍ କିଣି ଆଣିଥିଲେ। ସେହି ଇଞ୍ଜେକ୍‌ସନ୍‌କୁ ଗୋପାଳଙ୍କୁ ଦିଆଯାଇଥିଲା। ତେବେ ଦ୍ୱିତୀୟ ଇଞ୍ଜେକ୍‌ସନ୍‌ ଦେବା ବେଳେ ଏହା ଏକ୍ସପାଏରୀ ହୋଇ ଯାଇଥିବା ଜଣାପଡ଼ିଥିଲା।

ଏହା ପରେ ଗୋପାଳଙ୍କ ପରିବାର ଲୋକେ ଓ କିଛି ଗ୍ରାମବାସୀ ଉକ୍ତ ମେଡିକାଲ୍ ଷ୍ଟୋର୍‌କୁ ଯାଇ ଦୋକାନୀଙ୍କୁ ଗାଳିଗୁଲଜ କରିଥିଲେ। ତାଙ୍କ ଔଷଧ ଦୋକାନକୁ ବନ୍ଦ କରି ଦେବାକୁ ସେମାନେ ଦାବି କରିଛନ୍ତି। ଇଞ୍ଜେକ୍‌ସନ୍ ଦେବା ବେଳେ ଡାକ୍ତର ଏକ୍ସପାଏରୀ ତାରିଖ କାହିଁକି ଦେଖିଲେ ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଔଷଧ ଦୋକାନୀ କହିଛନ୍ତି ଯେ ସେ ଏକ୍ସପାଏରୀ ଇଞ୍ଜେକ୍‌ସନ୍‌ ବିକି ନାହାନ୍ତି।

ଗୋପାଳଙ୍କୁ ତାଙ୍କ ସଂପର୍କୀୟମାନେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଛନ୍ତି।

 



from Odisha Reporter https://ift.tt/2wKHnGU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages