ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲେ ରୋହିତ ଶର୍ମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲେ ରୋହିତ ଶର୍ମା

rohitsharma

ଦୁବାଇ: ଏସିଆ କପ୍‌ର ସୁପର୍ ଫୋର୍‌ର ଏକ ମ୍ୟାଚ୍‌ରେ ରବିବାର ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୯ ୱିକେଟ୍‌ରେ ପରାସ୍ତ କରିଛି।

ଦୁବାଇରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଶିଖର ଧୱନ ୧୧୪ ରନ୍ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୧୧୧ ରନ୍ କରି ଅପରାଜିତ ରହିଥିଲେ। ରୋହିତଙ୍କର ଏହା ଥିଲା ୧୯ତମ ଦିନିକିଆ ଶତକ।

ଶତକ କରିବା ସହିତ ଗତକାଲି ରୋହିତ ଅନ୍ତର୍ଜାତୀୟ ଦିନିକିଆରେ ୭୦୦୦ ରନ୍ ପୂରଣ କରିଛନ୍ତି। ସେ ବ୍ୟକ୍ତଗତ ଭାବେ ୯୪ ରନ୍ କରିଥିବା ବେଳେ ଏହି ମାଇଲ୍ ଖୁଣ୍ଟ ଅତିକ୍ରମ କରିଥିଲେ। ୧୮୧ଟି ପାଳିରେ ସେ ୭୦୦୦ ରନ୍ ପୂରଣ କରିଛନ୍ତି।

ଅନ୍ତର୍ଜାତୀୟ ଦିନିକିଆରେ ୭୦୦୦ ରନ୍ ପୂରଣ କରିବାରେ ରୋହିତ ହେଉଛନ୍ତି ନବମ ଭାରତୀୟ। ଆଉ ଦ୍ରୁତ ୭୦୦୦ ରନ୍ କରିବାରେ ସେ ଭାରତୀୟଙ୍କ ମଧ୍ୟରେ ୫ମ ସ୍ଥାନ ଦଖଲ କରିଛନ୍ତି।

ବିରାଟ କୋହଲି ୧୬୧ଟି ପାଳିରେ ୭୦୦୦ ରନ୍ ପୂରଣ କରିଥିବା ବେଳେ ସୌରଭ ଗାଙ୍ଗୁଲି ୧୭୪ଟି ପାଳିରେ ଏହି ମାଇଲ୍‌ ଖୁଣ୍ଟ ଅତିକ୍ରମ କରିଥିଲେ।

ଭାରତ ପକ୍ଷରୁ ୪୬୩ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ସଚିନ୍ ତେନ୍ଦୁଲକର ସର୍ବାଧିକ ୧୮,୪୨୬ ରନ୍ କରିଥିବା ବେଳେ ଗାଙ୍ଗୁଲି ୧୧,୩୬୩, ରାହୁଲ ଦ୍ରାବିଡ୍ ୧୦,୮୮୯, ମହେନ୍ଦ୍ର ସିଂହ ଧୋନି ୧୦,୦୭୯, ବିରାଟ କୋହଲି ୯୭୭୯, ମହମ୍ମଦ ଆଝାରୁଦ୍ଦିନ ୯୩୭୮, ଯୁବରାଜ ସିଂହ ୮୭୦୧ ଓ ବୀରେନ୍ଦ୍ର ସେହୱାଗ ୮୨୭୩ ରନ୍ କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପାକିସ୍ତାନ ୫୦ ଓଭରରେ ୭ ୱିକେଟ୍ ହରାଇ ୨୩୭ ରନ୍ କରିଥିବା ବେଳେ ଭାରତ ମାତ୍ର ଗୋଟିଏ ୱିକେଟ୍ ହରାଇ ୩୯.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

ସୌଜନ୍ୟ- ଆଜ୍‌ତକ୍‌



from Odisha Reporter https://ift.tt/2zpNbId

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages