ନବୀନଙ୍କୁ ନିନ୍ଦିଲେ, ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ନବୀନଙ୍କୁ ନିନ୍ଦିଲେ, ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତିଲେ

modi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଅନୁଗୋଳ ଜିଲ୍ଲା ସ୍ଥିତ ତାଳଚେରରେ ସାର କାରଖାନାର ଶିଳାନ୍ୟାସ କରିଛନ୍ତି।

ମୋଦି ତାଳଚେର ସଭାରେ ଜୟ ଜଗନ୍ନାଥ ଓ ଜୟ ମା’ ହିଙ୍ଗୁଳା କହି ନିଜ ଭାଷଣ ଆରମ୍ଭ କରିଥିଲେ। ଏଥିସହ ସେ ବାଜି ରାଉତଙ୍କ ପରାକ୍ରମ ସ୍ମରଣ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ,“ତାଳଚେରର ବିକାଶ ନୂଆ ଓଡ଼ିଶାର ବିକାଶର ଗାଥା ଲେଖିବ। ସାର କାରଖାନାର ପୁନରୁଦ୍ଧାର ନୂଆ ବିକାଶକୁ ଗତିଶୀଳ କରିବ। କାରଖାନାର ପୁନରୁଦ୍ଧାର ନହେବା ପୂର୍ବ ସରକାରର ବିଫଳତା।”

ସାଢ଼େ ୪ ହଜାର ଲୋକ କର୍ମସଂସ୍ଥାନ ପାଇବେ

ମୋଦି କହିଥିଲେ,“ ସାର କାରଖାନାର ପୁନରୁଦ୍ଧାର ସୌଭାଗ୍ୟ ମୋତେ ମିଳିଛି। ଏହି ପ୍ରକଳ୍ପ ପୁନରୁଦ୍ଧାର ନେଇ ଏଠିକା ଲୋକ ଆଶା ଛାଡ଼ି ଦେଇଥିଲେ। ଏବେ ନୂଆ ଟେକ୍ନୋଲୋଜି ଜରିଆରେ ପୁନରୁଦ୍ଧାର କରାଗଲା। ଆମେ ଦେଶକୁ ଆଗକୁ ନେବାକୁ ଉଦ୍ୟମ ଚାଲୁ ରଖିଛୁ। ଏହି କାରଖାନା ଦ୍ୱାରା ସାଢ଼େ ୪ ହଜାର ଲୋକ କର୍ମସଂସ୍ଥାନ ପାଇବେ। ୩୬ ମାସ ପରେ ମୁଁ ଏଠାକୁ ଆସିବି, ଏହାକୁ ଉଦଘାଟନ କରିବି।”

ନୀବନଙ୍କୁ ଟାର୍ଗେଟ

ଏହି ଅବସରରେ ସେ ମଞ୍ଚରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ନେଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ସେ କହିଥିଲେ,“ଓଡ଼ିଶା ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହୋଇନି। ନବୀନ ବାବୁ କାହିଁକି ବୁଝିପାରୁନାହାନ୍ତି ମୁଁ ବୁଝିପାରୁନି। ଏ ଖୋଲା ସଭାରେ ନବୀନ ବାବୁଙ୍କୁ ପୁଣି ଥରେ କହୁଛି। ନବୀନ ବାବୁ ଯୋଜନାରେ ସାମିଲ ହୁଅନ୍ତୁ, ଗରିବଙ୍କୁ ଲାଭ ଦିଅନ୍ତୁ। ଓଡ଼ିଶାରେ ସ୍ୱାସ୍ଥ୍ୟସେବା କଥା କାହାକୁ ଅଛପା ନୁହେଁ।”

ସେ କହିଥିଲେ,“ଜନଧନ ଯୋଜନାରେ ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ଖାତା ଖୋଲିଛି। ଗରିବ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଟଙ୍କା ଯାଉଛି। ସ୍ୱଚ୍ଛତା ମିଶନ ମାପଦଣ୍ଡରେ ଓଡ଼ିଶା ପଛରେ ପଡ଼ିଛି। ସ୍ୱଚ୍ଛତା ମିଶନ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ କଥା ହୋଇଥିଲି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପଛରେ ପଡ଼ିଥିବା କହିଲି। ଏଠି ପୁଣି କହୁଛି, ନବୀନ ଓଡ଼ିଶାରେ ସ୍ୱଚ୍ଛତାକୁ ପ୍ରାଥମିକତା ଦିଅନ୍ତୁ।”

ଚାଉଳ ଗୁମର ଖୋଲିଲେ

ସେହିପରି ରାଜ୍ୟ ସରକାର କେଜି ପ୍ରତି ୧ ଟଙ୍କା ଦରରେ ଦେଉଥିବା ଚାଉଳର ବି ଗୁମର ଖୋଲିଛନ୍ତି ପ୍ରଧାନମନ୍ତ୍ରୀ।
ସେ କହିଥିଲେ,“କେନ୍ଦ୍ର ଚାଉଳ କେଜି ପିଛା ୨୫ରୁ ୩୦ ଟଙ୍କା ଦେଉଛି। ଅର୍ଥାତ୍ ରାଜ୍ୟ ସରକାର ଯେଉଁ ୧ ଟଙ୍କିଆ ଚାଉଳ ଦେଉଛନ୍ତି ସେଥିପାଇଁ କେନ୍ଦ୍ର କେଜି ପିଛା ୨୫/୩୦ ଟଙ୍କା ଦେଉଛି। ଏଥିପାଇଁ ପ୍ରତି ମାସରେ ଓଡ଼ିଶାକୁ କେନ୍ଦ୍ର ୪୫୦ କୋଟି ଦେଉଛି।”

ଉଜ୍ଜ୍ୱଳା ଓ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ପୂରା ଛଲାଙ୍ଗ ଲଗାଇଛି। ପୂର୍ବ ସରକାରରେ ରାଜ୍ୟରେ ଗ୍ୟାସ୍ କନେକ୍ସନ ୨୨% ଥିଲା। ଏବେ ୬୦/୬୫% ଲୋକଙ୍କ ଘରେ ଗ୍ୟାସ୍ କନେକ୍ସନ ରହିଛି।

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ତାଳଚେରରେ ସାର କାରଖାନାର ଶିଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ସେ କହିଥିଲେ,“ ଆଜି ଓଡ଼ିଶାବାସୀଙ୍କ ପାଇଁ ଆନନ୍ଦର ଦିନ। ପ୍ରଧାନମନ୍ତ୍ରୀ ସାର କାରଖାନାର ଶିଳାନ୍ୟାସ କରିଛନ୍ତି। ସାର କାରଖାନା ପାଇଁ ଆମର ଅନେକ ଦିନରୁ ଦାବି ଥିଲା। ପ୍ରଧାନମନ୍ତ୍ରୀ ଏହାକୁ ରକ୍ଷା କରିଥିବାରୁ ଧନ୍ୟବାଦ ଜଣାଉଛି। ପୂର୍ବ ଭାରତରେ ୟୁରିଆ କାରଖାନା ନଥିବାରୁ ଅସୁବିଧା ହେଉଥିଲା। ଆନ୍ଧ୍ର ପ୍ରଦେଶ ଓ ଉତ୍ତର ପ୍ରଦେଶରୁ ଆମେ ୟୁରିଆ ଆଣୁଥିଲୁ। ତାଳଚେର କାରଖାନା ଯୋଗୁଁ ସେ ଅସୁବିଧା ଦୂର ହେବ। ଏ କାରଖାନାରୁ ଓଡ଼ିଶା ଚାଷୀ ଯେମିତି ୫୦% ୟୁରିଆ ପାଇବେ।”

ସୁଚନାଯୋଗ୍ୟ, ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ରାଜ୍ୟପାଳ ଗଣେଶୀଲାଲ, ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଓ ଡିଜିପି ମଧ୍ୟ ଉପସ୍ଥିତ ଥିଲେ। ଏଥିସହ ବିମାନ ବନ୍ଦରରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମଙ୍କ ସହିତ ବିଜେପିର ଅନ୍ୟ ତୁଙ୍ଗ ନେତାମାନେ ମଧ୍ୟ ମୋଦିଙ୍କୁ ସ୍ୱାଗତ କରିଥିଲେ।

ଭୁବନେଶ୍ୱରରୁ ମୋଦି ସିଧାସଳଖ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳଚେର ଯାଇଥିଲେ। ବର୍ଷା ଯୋଗୁଁ ମୋଦିଙ୍କ ତାଳଚେର ଗସ୍ତରେ ଟିକେ ବିଳମ୍ବ ହୋଇଥିଲା। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୨ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/2O0h6Pn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages