
ନୂଆଦିଲ୍ଲୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ସେ ୬୮ ବର୍ଷରେ ପାଦ ଦେଇଛନ୍ତି। ୧୯୫୦ ମସିହା ଆଜିର ଦିନରେ ସେ ଜନ୍ମ ହୋଇଥିଲେ।
ଏହି ଅବସରରେ ବିଜେପି ସମେତ ଅନ୍ୟ ଦଳର ନେତା, ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସୋଶାଲ୍ ମିଡିଆରେ ସତେ ଯେମିତି ଶୁଭେଚ୍ଛାର ବନ୍ୟା ଆସି ଯାଇଛି।
ସାଧାରଣ ଲୋକେ ଯେପରି ମୋଦିଙ୍କୁ ସିଧାସଳଖ ଶୁଭେଚ୍ଛା ଜଣାଇପାରିବେ, ସେଥିପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି।
ଆପଣ ପ୍ରଧାନମନ୍ତ୍ରୀଙ୍କ ପେଜ୍ narendramodi.in କୁ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିବେ। ଏଥିପାଇଁ ଆପଣଙ୍କୁ ଫେସ୍ବୁକ୍ ଅବା ଟ୍ୱିଟର ଜରିଆରେ ଲଗ୍ଇନ୍ କରିବାକୁ ପଡ଼ିବ ଓ ତା’ପରେ ଆପଣ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଜନ୍ମଦିନର ଶୁଭେଚ୍ଛା ଜଣାଇପାରିବେ।
ଏହି ପେଜ୍ରେ ପ୍ରଧାନମନ୍ତ୍ରୀଙ୍କର ପିଲା ବେଳର ଫଟୋ ବି ରହିଛି। ତା’ ସହିତ ତାଙ୍କ ଜୀବନର କିଛି ରୋଚକ ତଥ୍ୟ ମଧ୍ୟ ଦିଆଯାଇଛି।
ଯଦି ଆପଣ ପୂର୍ବରୁ ଏହି ପେଜ୍ରେ ଆପଣଙ୍କ ନାଁ ପଞ୍ଜୀକରଣ କରି ନାହାନ୍ତି, ତା’ହେଲେ ଆପଣଙ୍କୁ ପ୍ରଥମେ ନିଜ ସମ୍ପର୍କରେ ତଥ୍ୟ ଦେଇ ନାଁ ପଞ୍ଜୀକରଣ କରିବାକୁ ପଡ଼ିବ। ତା’ପରେ ଆପଣ ଲଗ୍ଇନ୍ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇପାରିବେ।
ଆପଣଙ୍କ ଶୁଭେଚ୍ଛା ବାର୍ତ୍ତା ତାଙ୍କ ପେଜ୍ରେ ଦୃଶ୍ୟମାନ ହେବ। ଶୁଭେଚ୍ଛା ବାର୍ତ୍ତା ସହିତ ସେଥିରେ ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
from Odisha Reporter https://ift.tt/2D4ixIk
No comments:
Post a Comment