
ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଧୁପୁର ଗାଁରେ ଡାହାଣୀ ସନ୍ଦେହରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଛି। ସେହିପରି ଅନ୍ୟ ଜଣେ ମହିଳାଙ୍କୁ ତୀରମାଡ଼ ମଧ୍ୟ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଜାମଦା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁଇ ଜଣଙ୍କୁ ହତ୍ୟା ଓ ଜଣଙ୍କୁ ହତ୍ୟା ଉଦ୍ୟମ କରିବା ପରେ ଅଭିଯୁକ୍ତ ଜଣଙ୍କ ଥାନାରେ ଆତ୍ମସମର୍ପଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ଶ୍ୟାମ ବାସ୍କେର।
ଅଭିଯୋଗ ଅନୁସାରେ, ଶ୍ୟାମ ବିବାହ କରିବାର ୨ରୁ ୩ ବର୍ଷ ବିତି ଯାଇଥିଲେ ମଧ୍ୟ ବାପା ହୋଇ ପାରୁ ନଥିଲେ। ଏଥିପାଇଁ ସେ ମୃତ ଦୁଇ ମହିଳା ଗୁଣି ଗାରେଡ଼ି କରି ତାଙ୍କୁ ସନ୍ତାନ ସୁଖରୁ ବଞ୍ଚିତ କରାଉଥିବା ସନ୍ଦେହ କରୁଥିଲେ। କ୍ରୋଧ୍ୱାନ୍ୱିତ ହୋଇ କିଛିଦିନ ହେବ ଶ୍ୟାମ ଉଭୟଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିଲା। ଆଜି ମହିଳା ଦୁଇଜଣ ଘରେ କାମ କରୁଥିବା ବେଳେ ଶ୍ୟାମ ସେମାନଙ୍କୁ କୁରାଢ଼ୀରେ ହାଣି ହତ୍ୟା କରିଥିଲା।
from Odisha Reporter https://ift.tt/2xyXUif
No comments:
Post a Comment