ସୋଶାଲ ମିଡିଆରେ ପୂର୍ବତନ ବିଜେଡି ବିଧାୟକଙ୍କ ବ୍ଲୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ସୋଶାଲ ମିଡିଆରେ ପୂର୍ବତନ ବିଜେଡି ବିଧାୟକଙ୍କ ବ୍ଲୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ତୁ ମତେ କାଇଁ ଭଲ ପାଇବୁନି ଯେ ?’

ସେ କୁଆଡେ ଏମିତି ପ୍ରଶ୍ନ କରୁଥିଲେ ରୁଷି ଥିବା ପ୍ରେମିକାଙ୍କୁ। ଆଉ ବାରମ୍ବାର ଜିଦ୍ କରୁଥିଲେ ବାହା ହେବାକୁ। ହେଲେ ପ୍ରେମିକାଙ୍କ ପରିବାର ଲୋକେ ଏଥିରେ ରାଜି ନଥିଲେ। ଏପରି ପ୍ରଶ୍ନ କରିଥିବା ବାବୁ ଜଣକ କୁଆଡେ ଖାଲି ତାଙ୍କ ଘରର ଝିଅ ନୁହେଁ, ଏମିତି ଅନେକ ଝିଅଙ୍କୁ ପ୍ରେମ କରୁଥିବା ଜାଣିବା ପରେ ପରିବାର ଲୋକେ ଏଭଳି ନିଷ୍ପତ୍ତି ନେଇଥିଲେ।

ଏତେ କଥା ପଢିଲା ପରେ, ଆପଣଙ୍କ ମନକୁ ପ୍ରଶ୍ନଟିଏ ଆସୁଥିବ। ହେଲେ ଏଇ ପ୍ରେମୀ କଳାକାର ଜଣକ କିଏ?

ବାସ୍ତବରେ କଳାକାର ଜଣକ ହେଉଛନ୍ତି ପୂର୍ବତନ ବିଜେଡି ବିଧାୟକ। ବାବୁ ଜଣକ ପ୍ରେମିକାଙ୍କ ବିରହରେ ଭାରି ଡହଳ ବିକଳ ହେବା ପରେ ଏବେ ହରଡ଼ ଘଣାରେ ପଡିଥିବାରୁ କଥାଟା ପଦାକୁ ଆସିଛି।

ଆମେ କହୁଛୁ ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁରଙ୍କ କଥା। ବାବୁଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ କିଏ ଗୋଟାଏ ଭାଇରାଲ କରିଦେଇଛି। ଚୁମ୍ବନ ଆଉ ଆଲିଙ୍ଗନରେ ମସଗୁଲ୍ ଥିବା  ଦେବେନ୍ଦ୍ର ବାବୁଙ୍କ ଏହି ନୀଳ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି।

ଯୌନ ବ୍ୟଭିଚାରର ଏହି ଭିଡିଓ କେଉଁଠୁ ଆସିଲା ଓ ଏହାକୁ କିଏ ଶୁଟ୍ କଲା ତାହା ଜଣାପଡ଼ି ନ ଥିଲେ ମଧ୍ୟ ଜଣେ ଶାସକ ଦଳର ରାଜନେତାଙ୍କ ଏଭଳି କାରନାମା ପଦାକୁ ଆସିବା ପରେ ଆରମ୍ଭ ହୋଇଛି ତମ୍ବିତୋଫାନ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଫୁଲବାଣୀର ଜଣେ ଯୁବତୀ, କହଁରଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। କହଁର ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କ ସହ ସଂପର୍କ ରଖି ତାଙ୍କୁ ବ୍ଲାକ୍‌ମେଲ୍ କରୁଥିବାରୁ ସେ ଫେରାଦ ହୋଇଥିଲେ।

ତେବେ ଭାଇରାଲ ହୋଇଥିବା ଭିଡିଓରେ ଥିବା ଯୁବତୀ ଜଣଙ୍କ କିଏ ସ୍ପଷ୍ଟ ହୋଇ ନ ଥିବା ବେଳେ, ଜଣେ ପୂର୍ବତନ ଜନପ୍ରତିନିଧିଙ୍କ ଯୌନ କେଳେଙ୍କାରୀକୁ ନେଇ ଏବେ ଚାଲିଛି ଜୋରଦାର୍‌ ଚର୍ଚ୍ଚା।

ଅଭିଯୁକ୍ତ ରାଜନେତା ଜଣକ ଶାସକ ଦଳର ହୋଇଥିବାରୁ ବିଜେଡି ପାଇଁ ନୂଆ ଅଡ଼ୁଆ ସୃଷ୍ଟି ହେଲା ବୋଲି  କୁହାଯାଉଛି। ଅନ୍ୟପକ୍ଷରେ କୌଣସି ଦଳୀୟ ପଦପଦବୀରେ ନ ଥିଲେ ମଧ୍ୟ ପଲିଟିକାଲ ସର୍କଲରେ ତାଙ୍କର ବେଶ କାଟ୍‌ତି ଥିବା କୁହାଯାଉଛି । ସେଥିପାଇଁ ତାଙ୍କୁ ପୋଲିସ୍ ଗିରଫ କରିବାକୁ ସାହସ ଜୁଟାଇପାରୁ ନାହିଁ ।

ରାଜ୍ୟବ୍ୟାପୀ ମହିଳା ସଙ୍ଗଠନ ଏ ନେଇ ସ୍ୱର ଉତ୍ତୋଳନ କରୁଛନ୍ତି।



from Odisha Reporter https://ift.tt/2oOmbfi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages