
ନୂଆଦିଲ୍ଲୀ: ମହଙ୍ଗା ହେଲା ସବ୍ସିଡି ଯୁକ୍ତ ଏଲପିଜି ଗ୍ୟାସ୍ ସିଲିଣ୍ଡର। ରବିବାର ଦିନ ରାଷ୍ଟ୍ରାୟତ୍ତ କଂପାନୀଗୁଡ଼ିକ ଏହାର ଦର ବଢ଼ାଇ ଦେଇଛନ୍ତି। ଏହି ବର୍ଗରେ ଗ୍ୟାସ୍ ସିଲିଣ୍ଡର ପିଛା ଦର ୨.୮୯ ଟଙ୍କା ବଢ଼ିଛି। ଫଳରେ ଏବେ ଗୋଟିଏ ସବ୍ସିଡି ଯୁକ୍ତ ଗ୍ୟାସ୍ ସିଲିଣ୍ଡର ପାଇଁ ୫୦୨.୪ ଟଙ୍କା ଦେବାକୁ ହେବ।
ଦିଲ୍ଲୀରେ ନନ୍-ସବ୍ସିଡି ଏଲପିଜି ସିଲିଣ୍ଡର ପିଛା ଦର ୫୯ ଟଙ୍କା ବୃଦ୍ଧି ପାଇଛି।
ଯେଉଁମାନେ ସବ୍ସିଡି ପାଉଛନ୍ତି, ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଅକ୍ଟୋବର ମାସରେ ୩୭୬.୬୦ ଟଙ୍କା ଯିବ। ଅର୍ଥାତ୍ ସେମାନେ ଏତିକି ଟଙ୍କାର ସବ୍ସିଡି ପାଇବେ। ସେପ୍ଟେମ୍ବର ମାସରେ ଗ୍ରାହକଙ୍କୁ ସବ୍ସିଡି ବାବଦକୁ ୩୨୦.୪୯ ଟଙ୍କା ଦିଆଯାଇଥିଲା।
.
from Odisha Reporter https://ift.tt/2zH7l0x
No comments:
Post a Comment