
ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗର କୂଳରେ ସ୍ଥିତ ପାପୁଆ ନ୍ୟୁ ଗିନିର ଏକ ବିମାନ ଗୁରୁବାର ଦିନ ଏମିତି ଏକ ଦୁର୍ଘଟଣାର ଶିକାର ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।
ମାଇକ୍ରୋନେଶିୟାରେ ଏକ ବିମାନବନ୍ଦରରେ ଅବତରଣ କରିବା ବେଳେ ବିମାନଟି ରନ୍ୱେରେ ଦୌଡ଼ୁ ଥିଲା। ଆଉ ସେତିକି ବେଳେ ତାହା ନିୟନ୍ତ୍ରଣ ବାହାରକୁ ଚାଲିଗଲା ଓ ନିକଟସ୍ଥ ସମୁଦ୍ର ଭିତରେ ପଶିଗଲା। ବିମାନଟି ରନ୍ୱେଠାରୁ ଆହୁରି ୧୬୦ ମିଟର ଦୂରକୁ ଚାଲି ଯାଇଥିଲା।
ବିମାନଟିରେ ୩୬ ଜଣ ଯାତ୍ରୀଙ୍କ ସହିତ ୧୧ ଜଣ କ୍ରୁ ମେମ୍ବର ଥିଲେ। ତେବେ ବିମାନର ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର ସୁରକ୍ଷିତ ଥିବା ନେଇ ଏୟାର ନ୍ୟୁଗିନି ପକ୍ଷରୁ କୁହାଯାଇଛି।
ପୁଲିସ୍ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଥିଲା।
from Odisha Reporter https://ift.tt/2QjQ0Ar
No comments:
Post a Comment