ନନ୍‌ ଦୁଷ୍କର୍ମ ମାମଲା:ଶେଷରେ ପଦ ଛାଡ଼ିଲେ ବିଶପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ନନ୍‌ ଦୁଷ୍କର୍ମ ମାମଲା:ଶେଷରେ ପଦ ଛାଡ଼ିଲେ ବିଶପ୍‌

କୋଚି: କେରଳର ଜଣେ ନନ୍‌ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଜଲନ୍ଧର ବିଶପ୍‌ ଫ୍ରାଙ୍କୋ ମୁଲାକ୍କାଲ୍‌ ଶେଷରେ ନିଜ ପଦରୁ ଅବ୍ୟାହତି ନେଇଛନ୍ତି। ସେ ଏକ ସର୍କୁଲାର ଜାରି କରି ଫାଦର୍‌ ମାଥ୍ୟୁ କୋକନ୍‌ଡାମଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। 
 
ସେ ସର୍କୁଲାରରେ ଲେଖିଛନ୍ତି, “ମୋ ଅନୁପସ୍ଥିତିରେ ଫାଦର ମାଥ୍ୟୁ ବିଶପ୍‌ ଭାବେ କାର୍ଯ୍ୟ କରିବେ। ଏହା ଏକ ନିୟମିତ ପ୍ରକ୍ରିୟା।” ଏହି ସର୍କୁଲାରରେ ବିଶପ୍‌ ଫ୍ରାଙ୍କୋ ତାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେଇଛନ୍ତି।
 
ବିଶପ୍‌ ଫ୍ରାଙ୍କୋ ୨୦୧୪ରୁ ୨୦୧୬ ମଧ୍ୟରେ କେରଳର ଜଣେ ନନ୍‌ଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତା ନନ୍‌ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ଶେଷରେ ଜନମତର ପ୍ରବଳ ଚାପ ଯୋଗୁ କେରଳ ପୁଲିସ୍‌  କିଛି ଦିନ ତଳେ ବିଶପ୍‌ ଫ୍ରାଙ୍କୋଙ୍କୁ ଜେରା କରିବାକୁ ସମନ୍‌ କରିଥିଲା। 


from Odisha Reporter https://ift.tt/2xmmrWG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages