ଏମିତି କରନ୍ତୁ ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ଲୁକ୍‌ରେ ଷ୍ଟାଇଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଏମିତି କରନ୍ତୁ ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ଲୁକ୍‌ରେ ଷ୍ଟାଇଲ୍‌

lifestyle

ନୂଆଦିଲ୍ଲୀ: ଆଜିକାଲି ଫ୍ୟାଶନ୍‌ର ଯୁଗ। ସମସ୍ତେ କିଛି ନା କିଛି ଷ୍ଟାଇଲ୍‌କୁ ଆପଣାଉଛନ୍ତି। ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ଧାରା ଟିକେ ଅଧିକ ଦେଖିବାକୁ ମିଳୁଛି। କାରଣ ଯୁବଗୋଷ୍ଠୀ ସବୁବେଳେ ଅନ୍ୟମାନଙ୍କ ନଜରରେ ରହିବାକୁ ପସନ୍ଦ କରୁଛନ୍ତି। ସେମାନେ ଚାହୁଁଛନ୍ତି, ବାଟରେ ଯିବା ଆସିବା ବେଳେ ତାଙ୍କ ଷ୍ଟାଇଲ୍‌କୁ ଲୋକେ ଦେଖନ୍ତୁ। ସାଙ୍ଗସାଥୀ ସେମାନଙ୍କ ଷ୍ଟାଇଲିସ୍‌ ଲୁକ୍‌ ଉପରେ ଫିଦା ହୋଇଯାଇ ଭଲ ଭଲ କମେଣ୍ଟ ଦିଅନ୍ତୁ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାର ଫ୍ୟାଶନ୍‌ ଆପଣାଉଛନ୍ତି।

ଆଜି ଆମେ ଆପଣଙ୍କୁ ମନୋକ୍ରୋମ ଡ୍ରେସ୍‌ ଫ୍ୟାଶନ୍‌ ବିଷୟରେ କହିବୁ। ହ୍ୱାଇଟ୍‌ ଓ ବ୍ଲାକ୍‌ କଲର୍‌ ପ୍ରତି ଯଦି ଆପଣଙ୍କ ଅଧିକ ଆକର୍ଷଣ ରହିଛି ତେବେ ଏହି କଲର୍‌ରେ କେଉଁ ପ୍ରକାର ଡ୍ରେସ୍‌ ପିନ୍ଧି ଷ୍ଟାଇଲିଶ୍ ଦେଖାଯିବେ, ଆସନ୍ତୁ ଜାଣିବା।

style1ସ୍କର୍ଟ ଲୁକ୍‌

କେବଳ ୱେଷ୍ଟର୍ଣ୍ଣ କିମ୍ବା ଅଫିସ୍‌ ଯିବା ବେଳର ପୋଷାକ ନୁହେଁ, ଆପଣ ଚାହିଁଲେ ପାରମ୍ପରିକ ଭାରତୀୟ ପୋଷାକରେ ବ୍ଲାକ ଓ ହ୍ୱାଇଟ୍‌ କଲର୍‌ ସାମିଲ କରିପାରିବେ। ଆପଣ ଶ୍ରଦ୍ଧା କପୁରଙ୍କୁ ଦେଖି ପାରନ୍ତି। ଫ୍ୟାସନ୍‌ ଡିଜାଇନର୍‌ ପୁନୀତ ବାଲାନାଙ୍କ କ୍ରିଏସନ୍‌ରେ ଶ୍ରଦ୍ଧା ସ୍କର୍ଟ ଲୁକ୍‌ ଡ୍ରେସ୍‌ ପିନ୍ଧି ବହୁତ ସୁନ୍ଦର ଦିଶୁଛନ୍ତି। କନଟ୍ରାସ୍ଟ (Contrast) ର ସ୍କର୍ଟ ଓ କ୍ରପ୍‌ ଟପ୍‌ ଆପଣଙ୍କ ସୁନ୍ଦରତାରେ ଚାରଚାନ୍ଦ ଲଗାଇ ଦେବ। ସେମିତିରେ ବି ଭାରତୀୟ ବିବାହ ଉତ୍ସବରେ ଯୋଗ ଦେବାକୁ ମନୋକ୍ରୋମ୍‌ ସ୍କର୍ଟ ଲୁକ୍‌ ଏକଦମ୍‌ ପରଫେକ୍ଟ।

style2ସ୍ମାର୍ଟ ଆଣ୍ଡ ସିମ୍ପଲ୍‌

ସ୍ମାର୍ଟ ଆଣ୍ଡ ସିମ୍ପଲ୍‌ ଷ୍ଟାଇଲ୍‌ ପାଇଁ ଜାନଭି କପୁର ବଲିଉଡ୍‌ରେ ଫ୍ୟାଶନ୍‌ କୁଇନ୍‌ ବନି ଯାଇଛନ୍ତି। ଜାନଭିଙ୍କ ଲେଟେଷ୍ଟ ବ୍ଲାକ୍‌ ଆଣ୍ଡ ହ୍ୱାଇଟ୍‌ ମନୋକ୍ରୋମ ଲୁକ୍‌ ଦେଖିଲେ ଜାଣିପାରିବେ। କୁଣାଲ ରାୱଲ ଜାନଭିଙ୍କ ଏହି ଡ୍ରେସ୍‌ ଡିଜାଇନ୍‌ କରିଛନ୍ତି। ଏଥିରେ ଜାନଭି ବ୍ଲାକ ଶାର୍ଟ ସହ ହ୍ୱାଇଟ୍‌ ଟପ୍‌ ପିନ୍ଧିଛନ୍ତି। ଆପଣ ଚାହିଁଲେ ହ୍ୱାଇଟ୍‌ ଟି-ସାର୍ଟ ଓ ଉପରେ ବ୍ଲାକ ଜ୍ୟାକେଟ୍‌ କିମ୍ବା ବ୍ଲେଜର୍‌ ପିନ୍ଧି ପାରିବେ। ଏପରି ଆଉଟ୍‌ଫିଟ୍‌ ସହ ପମ୍ପ ହିଲ୍ସ କିମ୍ବା ଥାଇ-ହାଇ ବ୍ଲାକ୍‌ ବୁଟ୍‌ସ ଆପଣଙ୍କ ସୁନ୍ଦରତାକୁ ବହୁତ ବଢ଼ାଇ ଦେବ।

style3ୱାନ୍‌ ପିସ୍‌ ଡ୍ରେସ୍‌ ଲୁକ୍‌

ବ୍ଲାକ୍‌ ଓ ହ୍ୱାଇଟ୍‌ ୱାନ୍‌ ପିସ୍‌ ଡ୍ରେସ୍‌ ସହ ବ୍ଲାକ୍‌ ବେଲ୍ଟ ଲଗାଇ କଙ୍ଗନା ରାଣାୱତ ଯେତେବେଳେ ବାହାରକୁ ବାହାରିଲେ, ଯିଏ ଦେଖିଲା ଅନାଇ ରହିଲା। ଏହି ଡ୍ରେସ୍‌ କଙ୍ଗନାଙ୍କ ସୁନ୍ଦରତାକୁ ଆହୁରି ବଢ଼ାଇ ଦେଇଥିଲା। ଏହା ଏମିତି ଏକ ଡ୍ରେସ୍‌ ଯାହାକୁ ଆପଣ ଫର୍ମାଲ ଓ କାଜୁଆଲ୍‌ ପୋଷାକ ଭାବେ ମଧ୍ୟ ପିନ୍ଧି ପାରିବେ।

style4ଜିନ୍ସ ଆଣ୍ଡ ଟି-ସାର୍ଟ

ବ୍ଲାକ୍‌ ଓ ହ୍ୱାଇଟ୍‌ କମ୍ବିନେସନ୍‌ରେ କ’ଣ ପିନ୍ଧିବେ ଯଦି ଭାବି ପାରୁନାହାନ୍ତି ତେବେ ବ୍ଲାକ୍‌ ଜିନ୍ସ ସହ ଟି-ସାର୍ଟ ପିନ୍ଧନ୍ତୁ। ଅଥବା ହ୍ୱାଇଟ୍‌ ଜିନ୍ସ ସହ ବ୍ଲାକ୍‌ କଲର୍‌ର ଟି-ସାର୍ଟ ପିନ୍ଧନ୍ତୁ। ବହୁତ ସୁନ୍ଦର ଦିଶିବେ।



from Odisha Reporter https://ift.tt/2OhmwFK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages