ଡାଇବେଟିସ୍‌ ନିୟନ୍ତ୍ରଣ କରେ ମେଥି ଦାନାର ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଡାଇବେଟିସ୍‌ ନିୟନ୍ତ୍ରଣ କରେ ମେଥି ଦାନାର ପାଣି

Methi1

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ରିପୋର୍ଟ ଅନୁସାରେ, ଡାଇବେଟିସ୍‌ ଯୋଗୁ ପ୍ରତିବର୍ଷ ପୃଥିବୀରେ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି। ୨୦୩୦ ମଧ୍ୟରେ ଡାଇବେଟିସ୍‌ ଦୁନିଆର ୭ମ ବଡ଼ ଜୀବନନାଶକ ରୋଗରେ ପରିଣତ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି। ଡାଇବେଟିସ୍‌ ଏପରି ଏକ ସ୍ଥାୟୀ ରୋଗ, ଯାହା ଶରୀରର ବ୍ଲଡ୍‌ରେ ସୁଗାର୍‌ର ସ୍ତରକୁ ବଢ଼ାଇଥାଏ। ଯଦି ଠିକଣା ସମୟରେ ଡାଇବେଟିସ୍‌ର ଚିକିତ୍ସା କରା ନଯାଏ, ତେବେ ଏହା ଆପଣଙ୍କ ଆଖି, କିଡ୍‌ନୀ, ହୃତ୍‌ପିଣ୍ଡ ଏବଂ ରକ୍ତ ବାହିକାକୁ କ୍ଷତି ପହଞ୍ଚାଇଥାଏ।

ଡାଇବେଟିସ୍‌ରେ ପୀଡ଼ିତ ଲୋକଙ୍କୁ ସେମାନଙ୍କ ଦୈନନ୍ଦିନ ଖାଦ୍ୟ ଓ ପାନୀୟ ପ୍ରତି ସଚେତନ ରହିବାକୁ ପଡ଼ିଥାଏ। ଡାଇବେଟିସ୍‌ ରୋଗୀଙ୍କ ଖାଦ୍ୟରେ ହାଇଫାଇବର୍‌ ଫୁଡ୍‌,କମ୍ପ୍ଲେକ୍ସ କାର୍ବସ୍‌ ଏବଂ ପୋଟ୍ରିନ୍‌ର ମାତ୍ରା ସମପରିମାଣରେ ରହିବା ଜରୁରୀ। ଏହି ପ୍ରୋଟିନ୍‌ ମେଥି ଦାନାରୁ ମିଳିଥାଏ, ଯାହା ଶରୀରର ବ୍ଲଡ୍‌ରେ ସୁଗାର୍‌ ସ୍ତରକୁ ନିୟନ୍ତ୍ରଣ କରିଥାଏ।

‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଜର୍ଣ୍ଣାଲ୍‌ ଫର୍‌ ଭିଟାମିନ୍‌ ଆଣ୍ଡ୍‌ ନ୍ୟୁଟ୍ରିସନ୍‌ ରିସର୍ଚ୍ଚ’ର ଗବେଷଣା ଅନୁଯାୟୀ, ପ୍ରତିଦିନ ୧୦ଗ୍ରାମ୍‌ ମେଥି ଦାନା ମିଶ୍ରିତ ଉଷୁମ ପାଣି ପିଇଲେ, ଟାଇପ୍‌-୨ ଡାଇବେଟିସ୍‌କୁ ନିୟନ୍ତ୍ରଣ କରାଯାଇପାରିବା। ମେଥି ଦାନାର ପାଣିରେ ଏପରି ଶକ୍ତି ରହିଛି,ଯାହା ବ୍ଲଡ୍‌ରେ ସୁଗାର୍‌ର ମାତ୍ରାକୁ ହ୍ରାସ କରିଥାଏ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି, ଯାହା ପାଚନ କ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିଥାଏ।

କେମିତି ବ୍ୟବହାର କରିବେ:

ଗୋଟିଏ ଗ୍ଲାସ୍‌ ପାଣିରେ ଦେଢ଼ ଚାମଚ ମେଥି ମଞ୍ଜିକୁ ରାତିରେ ବତୁରାଇ ରଖିଦିଅନ୍ତୁ। ସକାଳୁ ଏହି ପାଣିକୁ ଛାଣି ଖାଲିପେଟରେ ପିଅନ୍ତୁ।ଏହି ପାଣିକୁ ପିଇବା ଦ୍ୱାରା ଶରୀରରେ ବ୍ଲଡ୍‌ ସୁଗାର୍‌ ନିୟନ୍ତ୍ରଣ ହେବା ସହିତ ଡାଇବେଟିସ୍‌ରୁ ଉପଶମ ମିଳିଥାଏ।



from Odisha Reporter https://ift.tt/2NiRWMf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages