ଜିନ୍‌ସ୍‌ ଫ୍ୟାଶନ୍‌ରେ ‘ୱେଷ୍ଟ୍‌ ବେଲ୍‌ଟ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଜିନ୍‌ସ୍‌ ଫ୍ୟାଶନ୍‌ରେ ‘ୱେଷ୍ଟ୍‌ ବେଲ୍‌ଟ୍‌’

jeans2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଧୁନିକ ଜୀବନଶୈଳୀରେ ଦିନକୁ ଦିନ ଫ୍ୟାଶନ୍‌ର ଟ୍ରେଣ୍ଡ୍‌ ବଦଳିବାରେ ଲାଗିଛି। ବିଭିନ୍ନ କମ୍ପାନୀ ନିଜ ବ୍ରାଣ୍ଡ୍‌ ନେମ୍‌ରେ ନୂଆ ନୂଆ ଫ୍ୟାଶନ୍‌ର ଡିଜାଇନ୍ ବଜାରକୁ ଛାଡ଼ୁଛନ୍ତି। ଏସବୁ ଭିତରେ ଏପରି କିଛି ଫ୍ୟାଶନ୍‌ର ଡିଜାଇନ୍ ଅଛି, ଯାହା ଦେଖିଲେ, ତାହା ଡ୍ରେସ୍‌ କି ନୁହେଁ, ବୁଝିବା କଷ୍ଟକର ହୋଇପଡ଼ୁଛି।
ନିକଟରେ ବ୍ରିଟିଶ୍‌ର ଏକ ଅନ୍‌ଲାଇନ୍‌ ରିଟେଲର୍‌ କମ୍ପାନୀ ASOS ଜିନ୍‌ସ୍‌କୁ ନେଇ ଏକ ନୂଆ ପ୍ରକାର ‘ୱେଷ୍ଟ୍‌ ବ୍ୟାଣ୍ଡ୍‌’ ଲଞ୍ଚ୍‌ କରିଛି। ଡେନିମ୍‌ କଲର୍‌ର ଏହି ‘ୱେଷ୍ଟ୍‌ ବ୍ୟାଣ୍ଡ୍‌’କୁ ‘ୱେଷ୍ଟ୍‌ ବେଲ୍ଟ୍‌’ ବା ‘ସର୍ଟ ସ୍କର୍ଟ’ ବୋଲି ମଧ୍ୟ କୁହାଯାଉଛି।jeans3

ପୂର୍ବରୁ ASOS କମ୍ପାନୀ ପୁଅଙ୍କ ପାଇଁ ‘କ୍ରପ୍‌ ଟପ୍‌’ ପ୍ରସ୍ତୁତ କରିଥିଲା। ଯାହାର ମୂଲ୍ୟ ଥିଲା ମାତ୍ର ୧୦୦୦ ଟଙ୍କା । କିନ୍ତୁ ଜିନ୍‌ସ୍‌ରୁ କଟା ଯାଇଥିବା ଭଳି ଦିଶୁଥିବା ଏହି ‘ୱେଷ୍ଟ୍‌ ବ୍ୟାଣ୍ଡ୍‌’ ର ମୂଲ୍ୟ ୧୮ ପାଉଣ୍ଡ୍‌, ଯାହା ଭାରତୀୟ ମୁଦ୍ରାରେ ମାତ୍ର ୧,୬୭୨ ଟଙ୍କା।
ASOS କମ୍ପାନୀ ଏହି ୱେଷ୍ଟ୍‌ ବ୍ୟାଣ୍ଡ୍‌କୁ ‘Your Outfit Plus One’ ବୋଲି କହିଛି। ଏହି ୱେଷ୍ଟ୍‌ ବ୍ୟାଣ୍ଡ୍‌ରେ ଏକ ବଟମ୍‌ ରହିଛି, ଯାହା ଆପଣଙ୍କୁ ଏକ Unfinished look ଦେବ।jeans4

ASOS କମ୍ପାନୀର ୱେବ୍‌ସାଇଟ୍‌ରେ ଜଣେ ମଡେଲ୍‌ ଏହି ୱେଷ୍ଟ୍‌ ବ୍ୟାଣ୍ଡ୍‌କୁ ଏକ କମଳା ରଙ୍ଗର ଟ୍ରାଉଜର୍‌, ଜ୍ୟାକେଟ୍‌ ଏବଂ ସର୍ଟ ସହିତ ପିନ୍ଧିଥିବାର ଦେଖିବାକୁ ମିଳିଛି।
କମ୍ପାନୀର କହିବା ଅନୁସାରେ, ଏହି ୱେଷ୍ଟ୍‌ ବ୍ୟାଣ୍ଡ୍‌ ବଜାରରେ ସୀମିତ ଭାବରେ ଉପଲବ୍ଧ। ଯଦି ଆପଣ ଏହାକୁ କିଣିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ କିଣନ୍ତୁ, ନହେଲେ ପରେ ଆଉ ଏହାକୁ ପାଇବେ ନାହିଁ।

ଏହି ୱେଷ୍ଟ୍‌ ବ୍ୟାଣ୍ଡ୍‌କୁ ଅନ୍‌ଲାଇନ୍‌ ସାଇଟ୍‌ରେ ଦେଖିବା ପରେ ୟୁଜର୍ସ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଥିଲେ।

jeans5କିଛି ୟୁଜର୍ସଙ୍କ କହିବା ଅନୁସାରେ, “୧୮ ପାଉଣ୍ଡ୍‌ ଖର୍ଚ୍ଚ କରି ଆମେ କ’ଣ ପାଇଁ ଏହି ୱେଷ୍ଟ୍‌ବ୍ୟାଣ୍ଡ୍‌କୁ କିଣିବୁ! ଏହାକୁ ଆମେ ଆମ ପୁରୁଣା ଜିନସ୍‌ ପ୍ୟାଣ୍ଟ୍‌ କାଟି ମଧ୍ୟ ତିଆରି କରି ପାରିବୁ।

ଜଣେ ୟୁଜର୍ କହିଛନ୍ତି, ଏଥିରେ ଏମିତି କ’ଣ ଅଛି କି !“
jeans1ଅନ୍ୟ ଜଣେ ୟୁଜର୍‌ କହିଛନ୍ତି, “ASOS କମ୍ପାନୀ ଆମକୁ ଅଧିକ ମୂଲ୍ୟର ଜିନିଷ ବିକ୍ରି କରିବା ପାଇଁ ଚେଷ୍ଟା କରୁଛି। “



from Odisha Reporter https://ift.tt/2McVkTA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages