ହ୍ୱାଟ୍ସଆପ୍‌ରେ ମଧ୍ୟ ଆସିବ ବିଜ୍ଞାପନ, ଉପେଭାକ୍ତାଙ୍କ ପାଇଁ ଆଣିବ ବିରକ୍ତିକର ଅନୁଭୂତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ହ୍ୱାଟ୍ସଆପ୍‌ରେ ମଧ୍ୟ ଆସିବ ବିଜ୍ଞାପନ, ଉପେଭାକ୍ତାଙ୍କ ପାଇଁ ଆଣିବ ବିରକ୍ତିକର ଅନୁଭୂତି

କୌଣସି ପୂରୁଣା ବନ୍ଧୁ ଅଥବା ଅନ୍ତରଙ୍ଗ ଲୋକଙ୍କ ସହିତ ହ୍ୱାଟ୍ସଆପ୍‌ରେ ଚ୍ୟାଟିଂରେ ମସଗୁଲ ଥିବା ସମୟରେ ଯଦି ହଠାତ ବିଜ୍ଞାପନଟିଏ ଆସିଯାଏ ତେବେ ଆପଣଙ୍କୁ କେମିତି ଲାଗିବ? ବିଶ୍ୱାସ କରନ୍ତୁ, ଏବେ ଏଭଳି ଘଟିବାକୁ ଯାଉଛି ଏବଂ ଏ ନେଇ ପକ୍ରିୟା ମଧ୍ୟ ଆରମ୍ଭ ହୋଇ ସାରିଛି।

ବିଶ୍ୱର କୋଟି କୋଟି ଇଣ୍ଟରନେଟ୍ ଉପଭୋକ୍ତାଙ୍କ ପ୍ରଥମ ପସନ୍ଦ ପାଲଟିଥ‍ବା ହ୍ୱାଟ୍ସଆପ୍‌ରେ ମଧ୍ୟ ବିଜ୍ଞାପନର ଅନୁପ୍ରବେଶ ଏବେ ଚର୍ଚ୍ଚାରେ। ପୂର୍ବରୁ ଅନ୍ୟ ସମସ୍ତ ଆପ୍ଲିକେସନ୍‌ରେ ବିଜ୍ଞାପନ ଆସିବାର ନଜିର ରହିଥିଲେ ମଧ୍ୟ ଫେସବୁକ୍‌ ମାଲିକାନାର ଥିବା ହ୍ୱାଟ୍ସଆପ୍‌ ବିଜ୍ଞାପନମୁକ୍ତ ଥ‍ଲା। କିନ୍ତୁ ବର୍ତ୍ତମାନ ପରୀକ୍ଷା ଚାଲିଥ‍ବା ଏକ ନୂତନ ବୈଶିଷ୍ଟ୍ୟ ଆପଣଙ୍କ ମଉଜିଆ ଚ୍ୟାଟିଂ ବେଳେ କବାବ ମେ ହଡ୍ଡୀ ଭଳି ବ୍ୟାଘାତ ଉପୁଜାଇବ।

ପ୍ରାଥମିକ ସ୍ତରରେ ଆଇଫୋନ୍ ବ୍ୟବହାରୀକାରୀଙ୍କ ପାଇଁ ଏହା ବିପଦ ସାଜିବ, କାରଣ ଏହା ପ୍ରଥମେ ଆଇଓଏସ୍ ଅପେରଟିଂ ସିଷ୍ଟମ୍‌ରେ ଲାଗୁ ହେବାର ଅଛି। ଏନେଇ ଫେସବୁକ୍‌ର ମୁଖ୍ୟ ସୁରକ୍ଷା ଅଧିକାରୀ ଆଲେକ୍ସ ଷ୍ଟାମୋସ୍ କହିବା ଅନୁଯାୟୀ, ଏଭଳି କରି ହ୍ୱାଟ୍ସଆପ୍‌ରୁ ମଧ୍ୟ ବଡ଼ ଧରଣର ଆୟ କରିବାକୁ ଚାହୁଁଛି ଫେସବୁକ୍।

ଷ୍ଟାମୋସ୍ କହିଛନ୍ତି ହ୍ବାଟ୍ସଆପ୍‌ରେ ବିଜ୍ଞାପନ ବ୍ୟବସ୍ଥା ରଖିବା ଦ୍ୱାରା ହିଁ ଏହା ସମ୍ଭବ ହୋଇପାରିବ। ହ୍ୱାଟ୍ସଆପ୍ ପ୍ରତିଷ୍ଠା ସମୟରେ ଏହାର ସ୍ଲୋଗାନ ଥିଲା ’ନୋ ଆଡ୍, ନୋ ଗେମ୍, ନୋ ଗିମିକ୍’, କିନ୍ତୁ ପରବର୍ତ୍ତୀ ସମୟରେ ଫେସବୁକ୍ ଏହାର ଅଧିଗ୍ରହଣ କରିବାପରେ ଏଥ‍ପାଇଁ ବାର୍ଷିକ ଦେୟ ରଖିବାର ପ୍ରୟାସ ଆରମ୍ଭ କରିଥିଲା। ତେଣୁ ବର୍ତ୍ତମାନ ଏହି ଲୋକପ୍ରିୟ ମେସେଞ୍ଜର୍‌ରେ ବିଜ୍ଞାପନ ବ୍ୟବସ୍ଥା ରଖି ଠନଠନ ଗୋପାଲ କମାଇବାର ବୁଦ୍ଧି ଆଦୌ ଆଶ୍ଚର୍ଯ୍ୟଜନକ ମନେ ହେଉନାହିଁ।



from Odisha Reporter https://ift.tt/2NK0JXX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages