
ସାଉଥାମ୍ପଟନ୍: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ ହାରି ଯାଇଛି ଭାରତ। ଏହା ସହିତ ସିରିଜ୍ ମଧ୍ୟ ହାତଛଡ଼ା ହୋଇଯାଇଛି। ଇଂଲଣ୍ଡ ଏହି ଶୃଙ୍ଖଳାକୁ ୩-୧ରେ ଜିତି ଯାଇଛି। ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହେବ।
ଏ ପରାଜୟ ପରେ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଚତୁର୍ଥ ଦିନରେ ତାଙ୍କ ଦଳ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ସେମାନଙ୍କ ପ୍ରୟାସ ଯଥେଷ୍ଟ ନଥିଲା।
ସେ କହିଛନ୍ତି,“ଆମ ପାଖରେ ଏହି ମ୍ୟାଚ୍ ଜିତିବାକୁ ପଚାଶ ପ୍ରତିଶତ ସୁଯୋଗ ଥିଲା। କିନ୍ତୁ ଆମେ ଭଲ ଆରମ୍ଭ କରିପାରିଲୁ ନାହିଁ। ଇଂଲଣ୍ଡ ଆମ ଉପରେ ବହୁତ ଚାପ ପକାଇଥିଲା। ଏହା ଏକ ଚ୍ୟାଲେଞ୍ଜିଂ ଦିନ ଥିଲା।”
ଭଲ ପ୍ରଦର୍ଶନ କରିଥିବା ଇଂଲଣ୍ଡ ଦଳକୁ ବିରାଟ ପ୍ରଶଂସା କରିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ସାଉଥାମ୍ପଟନ୍ରେ ଭାରତ ବହୁତ ଭୁଲ୍ କରି ନଥିଲା।
ସେ ଆହୁରି କହିଛନ୍ତି,“ଆମେ ସକାରାତ୍ମକ ମନୋଭାବ ନେଇ ଓଭାଲ୍ରେ ହେବାକୁ ଥିବା ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିବୁ।”
ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୨୪୬ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୭୧ ରନ୍ କରିଥିଲା। ଭାରତ ପ୍ରଥମ ଇନିଂସ୍ରେ ୨୭୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୮୪ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା।
from Odisha Reporter https://ift.tt/2PxxyE2
No comments:
Post a Comment