‘ବିଗ୍‌ ବସ୍‌-୧୨’ର ଏହି କଥାକୁ ନେଇ ସବ୍ୟସାଚୀ ନିରାଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

‘ବିଗ୍‌ ବସ୍‌-୧୨’ର ଏହି କଥାକୁ ନେଇ ସବ୍ୟସାଚୀ ନିରାଶ

sabyasachi

ମୁମ୍ବାଇ: ‘ବିଗ୍‌ ବସ୍‌-୧୨’ ସିଜିନ୍‌ ଆରମ୍ଭ ହୋଇଯାଇଛି। ତେବେ ଚଳିତ ସିଜିନ୍‌ର ଗୋଟିଏ କଥାକୁ ଗତ ସିଜିନ୍‌ର ପ୍ରତିଯୋଗୀ ସବ୍ୟସାଚୀ ଶତପଥୀ ପସନ୍ଦ କରି ନାହାନ୍ତି।

ସେ କହିଛନ୍ତି ଯେ ଏଥର ବିଗ୍‌ ବସ୍‌ରେ ଜଣେ ହେଲେ ବି ସମଲିଙ୍ଗୀ ପ୍ରତିଯୋଗୀ ନାହାନ୍ତି। ଏହା ତାଙ୍କୁ ନିରାଶ କରିଛି।
ବିଗ୍ ବସ୍‌ର ଚଳିତ ସିଜିନ୍ ଆରମ୍ଭ ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଏଥିରେ କୌଣସି ଲେସ୍‌ବିଆନ୍ ଅବା ଗେ’ କପଲ୍ ସାମିଲ ହୋଇପାରନ୍ତି। କିନ୍ତୁ ସେମିତି କିଛି ହୋଇନି।

ସବ୍ୟସାଚୀ କହିଛନ୍ତି,“ଆମ ଭଳି ଲୋକଙ୍କୁ ପ୍ରତିଯୋଗୀ ଭାବେ ସାମିଲ କରି ବିଗ୍ ବସ୍ LGBT କମ୍ୟୁନିଟିକୁ ସମର୍ଥନ କରୁଥିଲା। ଚୟନ ପ୍ରକ୍ରିୟାରେ ଗଡ଼ବଡ଼ ହୋଇଛି କି ନାହିଁ ଜଣାନାହିଁ। କିଛି ଲୋକ ନାଁ ଶୁଣିବାକୁ ମିଳୁଥିଲା। କିନ୍ତୁ କେହି ସିଲେକ୍ଟ ହୋଇନାହାନ୍ତି।”

ସୂଚନାଯୋଗ୍ୟ, ନିକଟରେ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି ଯେ ସମଲିଙ୍ଗୀ ସଂପର୍କକୁ ଅପରାଧ ବୋଲି ବିଚାର କରୁଥିବା ଧାରା ୩୭୭କୁ ରଦ୍ଦ କରି ଦେଇଛନ୍ତି।

anupଏଥର ଏହି ପ୍ରତିଯୋଗିତାରେ ଯୋଡ଼ିମାନଙ୍କୁ ନିଆଯାଇଛି। ଏମାନଙ୍କ ଭିତରେ ଚର୍ଚ୍ଚିତ ଯୋଡ଼ି ପାଲଟି ଯାଇଛନ୍ତି ପ୍ରସିଦ୍ଧ ଭଜନ ଗାୟକ ଅନୁପ ଜଲୋଟା ଓ ଜସଲୀନ ମଥାରୁ। ଜସଲୀନ୍ ହେଉଛନ୍ତି ଅନୁପଙ୍କ ଶିଷ୍ୟା। ତେବେ ଉଭୟ ୩ ବର୍ଷ ହେଲା ରିଲେସନ୍‌ସିପ୍‌ରେ ଅଛନ୍ତି। ତିନିଟି ବିବାହ କରିଥିବା ଅନୁପଙ୍କ ଠାରୁ ସେ ୩୭ ବର୍ଷ ସାନ। ଆଉ ଏହାକୁ ନେଇ ଜୋର ଚର୍ଚ୍ଚା ହେଉଛି।

ସୌଜନ୍ୟ- ଆଜ୍‌ତକ୍‌



from Odisha Reporter https://ift.tt/2PMeHVD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages