ଆତଙ୍କୀ ମାସୁଦ୍‌ ପ୍ରେମରେ ଚୀନ୍, ପୁଣି ସାଜିଲା ପ୍ରତିବନ୍ଧକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଆତଙ୍କୀ ମାସୁଦ୍‌ ପ୍ରେମରେ ଚୀନ୍, ପୁଣି ସାଜିଲା ପ୍ରତିବନ୍ଧକ

ୱାଶିଂଟନ୍- ଦୁର୍ଦ୍ଦାନ୍ତ ଜୈସ୍-ଇ-ମହମ୍ମଦ ଆତଙ୍କୀ ମାସୁଦ୍‌ ଅଜହର୍‌କୁ ବିଶ୍ୱସ୍ତରର ଆତଙ୍କବାଦୀ ଘୋଷଣା କରିବା ନେଇ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସରେ କଣ୍ଟା ସାଜିଛ ଚୀନ୍। ପୂର୍ବରୁ ଅନେକ ଥର ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାକିସ୍ତାନ୍‌କୁ ସମର୍ଥନ ଯୋଗାଇ ଆସିଥିବା ଚୀନ୍ ଆତଙ୍କବାଦ ପ୍ରସଙ୍ଗରେ କୌଣସି ଠୋସ୍ ପଦକ୍ଷେପ ନେବା ବଦଳରେ ସେମାନଙ୍କ ଢାଲ ସାଜିଆସିଛି।

ଏହି କ୍ରମରେ ଆଜି ଜାତିସଂଘରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ଅବସରରେ ଚୀନ୍‌ ଯୁକ୍ତି କରିଛି ଯେ ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ସଦସ୍ୟଙ୍କ ମଧ୍ୟରେ ସହମତି ନାହିଁ। ମାସୁଦ ଭଳି ଜଣେ କୁଖ୍ୟାତ ଆତଙ୍କବାଦୀକୁ ଆତଙ୍କବାଦୀ ବୋଲି ନକହି ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି କହିଛନ୍ତି ଏହା ଭାରତ ଏବଂ ପାକିସ୍ତାନ୍‌ ମଧ୍ୟରେ ଏକ ‘ଦ୍ଵିପାକ୍ଷିକ ପ୍ରସଙ୍ଗ’। ଅର୍ଥାତ ଏହି ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମିତ ବୋଲି ଚୀନ ଦର୍ଶାଇବାକୁ ପ୍ରୟାସ କରିଥିବା ଜଣାଯାଇଛି।

ପାକିସ୍ତାନର ପ୍ରମୁଖ ଆତଙ୍କୀ ସଂଗଠନ ଜୈସ୍‌ ମୁଖ୍ୟ ମାସୁଦ୍‌ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି। ଏପରିକି ଉରି ମିଲିଟାରୀ ବେସ୍‌ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ପଛରେ ମାସୁଦ୍‌ର ହାତ ରହିଥିବା ଅଭିଯୋଗ ହୁଏ, ଯେଉଁଥିରେ ୧୭ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ।

ମାସୁଦ୍‌କୁ ବିଶ୍ୱସ୍ତରର ଆତଙ୍କୀ ଦର୍ଶାଇବା ପାଇଁ ଭାରତର ପ୍ରୟାସକୁ ଫ୍ରାନ୍ସ, ଆମେରିକା ଏବଂ ବ୍ରିଟେନ୍‌ ପ୍ରମୁଖ ରାଷ୍ଟ୍ର ସମର୍ଥନ ଜଣାଇ ଆସିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦର ଅଲ୍‌କାଏଦା କଟକଣା କମିଟି ଅଧୀନରେ ତାକୁ ବିଶ୍ୱସ୍ତରର ଆତଙ୍କୀ ଆଖ୍ୟା ଦେବାର ସୁଯୋଗ ରହିଛି। କିନ୍ତୁ ଚୀନ୍ ଯୁକ୍ତି ଦର୍ଶାଇଛି ଯେ ଏଥିରେ ସମସ୍ତଙ୍କର ସମ୍ମତି ରହିଲେ ଯାଇ ଚୀନ୍ ଏହି ପ୍ରସ୍ତାବକୁ ସମର୍ଥନ କରିବ।



from Odisha Reporter https://ift.tt/2It6WSk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages