ଧୋନିଙ୍କୁ ଟପିଲେ ବିରାଟ୍‌, ଜାଣନ୍ତୁ କେମିତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ଧୋନିଙ୍କୁ ଟପିଲେ ବିରାଟ୍‌, ଜାଣନ୍ତୁ କେମିତି

ସାଉଥାମ୍ପଟନ୍‌:ସାଉଥାମ୍ପଟନ୍‌ରେ ଚାଲିଥିବା ୪ର୍ଥ ଟେଷ୍ଟ୍‌ରେ ସିରିଜରେ ବରାବର ସ୍ଥିତିକୁ ଫେରିବାର ସୁଯୋଗ ହାତଛଡ଼ା କରି ଟିମ ଇଣ୍ଡିଆ ମ୍ୟାଚ୍‌ ହାରିଛି ସତ, କିନ୍ତୁ କ୍ୟାପ୍ଟେନ ବିରାଟ୍‌ କୋହଲି ବ୍ୟକ୍ତିଗତ ଭାବେ ଏକାଧିକ ରେକର୍ଡ ନିଜ ନାଁରେ କରିପାରିଛନ୍ତି। 

ସେ ପ୍ରଥମ ଭାରତୀୟ ଟେଷ୍ଟ୍‌ ଦଳର ଅଧିନାୟକ ଭାବେ ୪ ହଜାର ରନ୍‌ କରି ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି। ଇଂଲଣ୍ଡ ବିପକ୍ଷ ୫ ଟିକିଆ ସିରିଜ୍‌ ଆରମ୍ଭରୁ ବିରାଟ୍‌ ଅଧିନାୟକ ଭାବେ ୪ହଜାର ରନ୍‌ ପୂରଣ କରିବାଠାରୁ ୫୪୪ ରନ୍‌ ପଛରେ ରହିଥିଲେ। କିନ୍ତୁ ୪ର୍ଥ ଟେଷ୍ଟ୍‌ର ଦ୍ୱିତୀୟ ଇନିଂସ୍‌ରେ ୫୮ ରନ୍‌ କରିବା ସହ ପ୍ରଥମ ଭାରତୀୟ ଟେଷ୍ଟ ଅଧିନାୟକ ଭାବେ ୪୦୦୦ ରନ୍‌ ସଂଗ୍ରହ କରିଛନ୍ତି। 

ବିରାଟ୍‌ଙ୍କ ପୂର୍ବରୁ ଧୋନି ପ୍ରଥମ ଭାରତୀୟ ଟେଷ୍ଟ୍‌ ଅଧିନାୟକ ଭାବେ ୩୪୫୪ ରନ୍‌ ସ୍କୋର୍ କରି  ନିଜ ନାମରେ ଏହି ରେକର୍ଡ ସ୍ଥାପନ କରିଥିଲେ।

 ଧୋନି ଏବେ ଟେଷ୍ଟ୍‌ ମ୍ୟାଚ୍‌ରୁ ଅବସର ନେଇ ସାରିଛନ୍ତି। ସେ ୬୦ଟି ଟେଷ୍ଟ ମ୍ୟାଚ୍‌ କରି ୬ଟି ଶତକ ଓ ୨୪ଟି ଅର୍ଦ୍ଧଶତକ ହାସଲ କରିଥିଲେ।

ଏହି ତାଲିକାର ୩ ନଂ ସ୍ଥାନରେ ପ୍ରଖ୍ୟାତ କ୍ରିକେଟର୍‌ ସୁନୀଲ ଗାଭାସ୍କର ରହିଛନ୍ତି। ସେ ଭାରତୀୟ ଟେଷ୍ଟ୍‌ ଅଧିନାୟକ ଭାବେ ୩୪୪୯ ରନ୍‌ ସଂଗ୍ରହ କରିଥିଲେ।

ସେହିପରି କୋହଲି ୬ଷ୍ଠ ଭାରତୀୟ ବ୍ୟାଟସ୍‌ମ୍ୟାନ୍‌ ଭାବେ ଇଂଲଣ୍ଡ ବିପକ୍ଷରେ ୧୫ଶହ ରନ୍‌ କରିବା ତାଲିକାରେ ସାମିଲ ହୋଇଛନ୍ତି।

ଏହି ତାଲିକାରେ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକର ୨୫୩୫ ରନ୍‌ କରି ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୫୧.୭୩ ହାରରେ ୭ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ତେନ୍ଦୁଲକରଙ୍କ ବ୍ୟତୀତ ସୁନୀଲ ଗାଭାସ୍କର(୨୪୮୩), ରାହୁଲ ଡ୍ରାଭିଡ୍‌(୧୯୫୦),ଗୁଣ୍ଡାପ୍ପା ବିଶ୍ୱନାଥ(୧୮୮୦) ଓ ଦିଲ୍ଲୀପ୍‌ ଭେଙ୍ଗସରକାର(୧୫୮୯) ରନ୍‌ କରି ଇଂଲଣ୍ଡ ବିପକ୍ଷରେ ୧୫ଶହରୁ ଅଧିକ ରନ୍‌ କରିଥିବା ଭାରତୀୟ ବ୍ୟଟ୍ସମ୍ୟାନଙ୍କ ତାଲିକାରେ ରହିଛନ୍ତି। 



from Odisha Reporter https://ift.tt/2NJo3AY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages