ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ: ବୈଜୟନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ: ବୈଜୟନ୍ତ

panda

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟ୍ୱିଟରରେ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ବିବାଦ ବଢ଼ିବାରେ ଲାଗିଛି।

ଓଡ଼ିଶା, ଓଡ଼ିଶାର ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ୨୦୧୭ ମସିହାରେ ଆପତ୍ତିଜନକ ଟ୍ୱିଟ୍ କରିଥିଲେ ଅଭିଜିତ୍। ‌

ଆଉ ଏହାକୁ ନେଇ ବିଧାନସଭାର ଶୂନ୍ୟକାଳରେ ହୋହଲ୍ଲା କରିଥିଲେ ଶାସକ ଦଳର ସଦସ୍ୟ।

ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାଷ୍ଠାନ ହେଉ ବୋଲି ଦଳ ଦାବି କରିଛି। ବିରୋଧୀ ଦଳ ମଧ୍ୟ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି।

ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଉପରେ ଅଭିଜିତ୍ ଆୟାର ମିତ୍ରଙ୍କ ବିବାଦୀୟ ମନ୍ତବ୍ୟ ଉପରେ ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ସେ କହିଛନ୍ତି,ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ। ବୋଧହୁଏ ସେ ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥିଲେ। ଅବଶ୍ୟ କିଛି ଲୋକ ଏହାର ଭୁଲ୍ ବ୍ୟାଖ୍ୟା କରିଛନ୍ତି। ଯେହେତୁ ଧର୍ମ ଓ ସଂସ୍କୃତି ସମ୍ବେଦନଶୀଳ ପ୍ରସଙ୍ଗ, ସେସବୁ କ୍ଷେତ୍ରରେ ବ୍ୟଙ୍ଗ କରିବା ଆଦୌ ଠିକ୍ ନୁହେଁ।

ଏହା ସହିତ ବୈଜୟନ୍ତ ଲେଖିଛନ୍ତି,“ଏହା କହିବା ଅନାବଶ୍ୟକ ଯେ ମୁଁ ‌ଆମ ଐତିହ୍ୟକୁ ନେଇ ଗର୍ବିତ।”



from Odisha Reporter https://ift.tt/2xsFmiO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages