ଦ୍ୱିତୀୟ ଦିନରେ ମଙ୍ଗଳାଙ୍କ ପୀଠରେ ବିକ୍ଷୋଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଦ୍ୱିତୀୟ ଦିନରେ ମଙ୍ଗଳାଙ୍କ ପୀଠରେ ବିକ୍ଷୋଭ

kakatapur

କୋଣାର୍କ (ସଞ୍ଜୟ ପତି): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ପୀଠରେ ଦ୍ୱିତୀୟ ଦିନରେ ବି ବିକ୍ଷୋଭ ଜାରି ରଖିଛନ୍ତି। ୩ ସେବାୟତଙ୍କ ଗିରଫ ଘଟଣାରେ ପୁଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ  ମା’ ମଙ୍ଗଳା ସେବକ ସମିତି ପକ୍ଷରୁ ଆନ୍ଦୋଳନ ଜାରି ରହିଛି।

ମା’ଙ୍କ ଦୈନନ୍ଦିନ ନୀତିକାନ୍ତି ସ୍ୱାଭାବିକ ଭାବେ ଚାଲିଥିବା ବେଳେ ସାଧାରଣ ଭକ୍ତଙ୍କ ପୂଜାର୍ଚ୍ଚନା, ଭୋଗରାଗ ଓ ମାନସିକ ଲାଗି କରିବାରେ ସେବାୟତମାନେ ଅସହଯୋଗ କରୁଛନ୍ତି। ଏଥିସହ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଗତକାଲି ସନ୍ଧ୍ୟାରେ ଗିରଫ ହୋଇଥିବା ୩ ସେବାୟତ ନିମାପଡ଼ା ଜେଏମଏଫସି କୋର୍ଟରୁ ଜାମିନ ପାଇଛନ୍ତି। ତେବେ ସେବାୟତଙ୍କ ଦ୍ୱାରା ଦିଆଯାଇଥିବା ଏତଲାର ତଦନ୍ତ ଓ ସ୍ଥାନୀୟ ପୁଲିସର ଏକତରଫା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆନ୍ଦୋଳନ ଜାରି ରହିଛି। ଗତକାଲି ନିମାପଡ଼ା ଏସ୍‌ଡିପିଓ ଓ ସ୍ଥାନୀୟ ତହସିଲଦାର ସେବାୟତମାନଙ୍କ ସହ ଆଲୋଚନା କରିଥିଲେ। ହେଲେ ଆଲୋଚନା ବିଫଳ ହୋଇଥିଲା।

ସୂଚନାଯୋଗ୍ୟ, ପୁରୀ ବାଲିଘାଟ ଅଞ୍ଚଳର ଏକ ପରିବାର ମଙ୍ଗଳା ମନ୍ଦିର ଦର୍ଶନରେ ଆସିଥିଲେ। ସେମାନଙ୍କୁ କିଛି ସେବାୟତ ଠେଲାପେଲା କରିବା ସହ ମହିଳା ଜଣଙ୍କୁ ସେବାୟତମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏନେଇ କାକଟପୁର ଥାନାରେ ଅଭିଯୋଗ ପରେ ପୁଲିସ୍‌ ୩ ସେବାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।



from Odisha Reporter https://ift.tt/2xvsAQw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages