ମାଲ୍ୟାଙ୍କୁ ନେଇ ରାଜନୀତିକ ମହାଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ମାଲ୍ୟାଙ୍କୁ ନେଇ ରାଜନୀତିକ ମହାଭାରତ

ନୂଆଦିଲ୍ଲୀ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିସ୍ଫୋରକ ବୟାନ ପରେ ଏବେ ଦେଶରେ ରାଜନୀତିକ ମହାଭାରତ ଆରମ୍ଭ ହୋଇଯାଇଛି। ଉଭୟ କଂଗ୍ରେସ ଓ ବିଜେପି ମାଲ୍ୟାଙ୍କ ବୟାନକୁ ନେଇ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି, ବିଜୟ ମାଲ୍ୟା ଦେଶ ଛାଡ଼ି ବ୍ରିଟେନ୍‌ ଯିବାର ଦୁଇ ଦିନ ପୂର୍ବରୁ ସଂସଦରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସହ ଆଲୋଚନା କରିଥିଲେ। ଏକଥା କଂଗ୍ରେସ ସାଂସଦମାନେ ଦେଖିଛନ୍ତି ବୋଲି ଶ୍ରୀ ଗାନ୍ଧି ଦାବି କରିଛନ୍ତି।
ବିଦେଶ ଯିବା ପୂର୍ବରୁ ମାଲ୍ୟା ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ସାକ୍ଷାତ କରି ବ୍ୟାଙ୍କ ଋଣ ସମ୍ପର୍କରେ ଆଲୋଚନା କରିଥିଲେ ବୋଲି ଗତକାଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ଏହା ପରେ ଜେଟ୍‌ଲୀ ଏହାକୁ ଭିତ୍ତିହୀନ ବୋଲି କହିବା ସହ ମାଲ୍ୟା ମିଛ କହୁଛନ୍ତି ବୋଲି ଫେସ୍‌ବୁକ୍‌ରେ ଉଲ୍ଲେଖ କରିଥିଲେ।
ଆଜି ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଜେଟଲୀ ମାଲ୍ୟାଙ୍କୁ ଭେଟି ନାହାନ୍ତି ବୋଲି ଯେଉଁ କଥା କହୁଛନ୍ତି, ତାହା ସଂପୂର୍ଣ୍ଣ ମିଛ। କାରଣ ଜେଟ୍‌ଲୀ ଓ ମାଲ୍ୟାଙ୍କ ମଧ୍ୟରେ ଚାଲିଥିବା ଆଲୋଚନାକୁ କଂଗ୍ରେସ ନେତା ପିଏଲ୍‌ ପୁନିୟା ଦେଖିଛନ୍ତି। ଉଭୟ ମାଲ୍ୟା ଓ ଜେଟଲୀ ଏକାଠି ବସି ୧୫ରୁ ୨୦ ମିନିଟ୍‌ ଧରି ପରସ୍ପର ସହ ଆଲୋଚନା କରିଥିଲେ। ଏବେ ଜେଟ୍‌ଲୀ ଦେଶବାସୀଙ୍କୁ ମାଲ୍ୟାଙ୍କ ସହ କ’ଣ ଆଲୋଚନା କରିଥିଲେ, ସେକଥା କୁହନ୍ତୁ ବୋଲି ଶ୍ରୀ ଗାନ୍ଧି କହିଛନ୍ତି।
ଏହି ସମୟରେ ସେଠାରେ ଉପସ୍ଥିତ ଥିବା କଂଗ୍ରେସ ନେତା ପିଏଲ୍‌ ପୁନିୟାଙ୍କୁ ଶ୍ରୀ ଗାନ୍ଧି ମାଇକ୍‌ ଦେଇଥିଲେ। ଶ୍ରୀ ପୁନିୟା କହିଥିଲେ, “ ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ମାଲ୍ୟା ଓ ଜେଟଲୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସମୟରେ ମୁଁ ସେଣ୍ଟ୍ରାଲ୍‌ ହଲ୍‌ରେ ହିଁ ଉପସ୍ଥିତ ଥିଲି। ମାଲ୍ୟା ଓ ଜେଟଲୀ ଗୋଟିଏ କ’ଣରେ ଛିଡ଼ା ହୋଇ ଆଲୋଚନା କରିଥିଲେ। ୫ରୁ ୭ ମିନିଟ୍‌ ପରେ ସେଠାରେ ପଡ଼ିଥିବା ଚେୟାରରେ ଉଭୟ ବସି ପୁଣି ଆଲୋଚନା କରିଥିଲେ। ମାଲ୍ୟା ପ୍ରଥମ ଥର ପାଇଁ ସେଣ୍ଟ୍ରାଲ୍‌ ହଲ୍‌କୁ କେବଳ ଜେଟଲୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ।”
ଶ୍ରୀ ପୁନିୟା ଆହୁରି କହିଛନ୍ତି, ଯଦି ମୁଁ ମିଛ କହୁଛି, ତା’ହେଲେ ସେଣ୍ଟ୍ରାଲ୍‌ ହଲ୍‌ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉ। ଯଦି ଏହା ମିଥ୍ୟା ପ୍ରମାଣିତ ହୁଏ, ତା’ହେଲେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଜେପି ମୁଖ୍ୟପାତ୍ର ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ଓ ଗାନ୍ଧି ପରିବାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଅଧିକ ଘନିଷ୍ଠ। ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କିଙ୍ଗପିଶର ଏୟାରଲାଇନର ପ୍ରକ୍ସି ମାଲିକ। ଏ ସଂକ୍ରାନ୍ତରେ ୧୮ ପୃଷ୍ଠାର ପ୍ରମାଣ ରହିଛି। ଦସ୍ତାବିଜ ଅନୁଯାୟୀ କିଙ୍ଗଫିଶର ଏୟାରଲାଇନ୍‌ ମାଲ୍ୟାଙ୍କର ନୁହେଁ, ଗାନ୍ଧି ପରିବାରର ବୋଲି ଜଣାପଡ଼ିଛି।


from Odisha Reporter https://ift.tt/2Msp2E2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages