ବିଜେପି ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ବିଜେପି ପକ୍ଷରୁ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ

12 hour kandhamal bandh call by bjp woman wing

ଫୁଲବାଣୀ(ଓଡ଼ିଶା ରିପୋର୍ଟର): ବିଜେପି ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନବଜାର ସହ ବିଭିନ୍ନ ସ୍ଥାନକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

ବିଭିନ୍ନ ସ୍ଥାନରେ ବିଜେପି କର୍ମୀ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି।

ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କଅଁରଙ୍କ ଭାଇରାଲ ଭିଡିଓ ଏବଂ କୋଟଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା।

କନ୍ଧମାଳରେ କ୍ରମାଗତ ଭାବେ ନାରୀ ନିର୍ଯାତନା ବଢ଼ୁଥିବାରୁ ଏହାର ପ୍ରତିବାଦ କରିବା ସହ ସ୍ଥାନୀୟ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ବହିଷ୍କାର, ମୃତ ନାବାଳିକାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ଓ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଆଦି ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା।



from Odisha Reporter https://ift.tt/2xV0hLv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages