
ନୂଆଦିଲ୍ଲୀ: ଇଂରାଜୀ ଏକ ରୋଗ। ଇଂରେଜମାନେ ଦେଶ ଛାଡ଼ି ଯିବା ବେଳେ ଏହାକୁ ଏଠି ଛାଡ଼ି ଚାଲି ଯାଇଛନ୍ତି।
ଦିଲ୍ଲୀର ବିଜ୍ଞାନ ଭବନରେ ହିନ୍ଦୀ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏହା କହିଛନ୍ତି।
ସେ କହିଥିଲେ,“ ‘ହିନ୍ଦୀ’ ଭାରତର ସାମାଜିକ, ରାଜନୀତିକ ଓ ଭାଷାଗତ ଏକତାର ପ୍ରତୀକ ଥିଲା। ୧୯୪୯ ମସିହା, ୧୪ ସେପ୍ଟେମ୍ୱରରେ ସାମ୍ବିଧାନିକ ସଭା(କନଷ୍ଟିଚୁଏଣ୍ଟ ଆସେମ୍ବ୍ଲି)ରେ ହିନ୍ଦୀକୁ ଅନ୍ୟତମ ସରକାରୀ ଭାଷା ଭାବେ ଗ୍ରହଣ କରାଯାଇଥିଲା। ତେବେ ଇଂରାଜୀ ଭାଷାକୁ ମଧ୍ୟ ସରକାରୀ ଭାଷା ଭାବେ ଗ୍ରହଣ କରାଯାଇଥିଲା। ଗୋଟିଏ ବୈଠକରେ ହିଁ ଏହି ନିଷ୍ପତ୍ତି ହୋଇଥିଲା।”
ସେ ଆହୁରି କହିଛନ୍ତି,“ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ମୁଁ କଲେଜରେ ପଢ଼ିବା ସମୟରେ ହିନ୍ଦୀ ବିରୋଧୀ ଅଭିଯାନର ସଦସ୍ୟ ଥିଲି। ହିନ୍ଦୁସ୍ତାନରେ ‘ହିନ୍ଦୀ’ ବିନା ପ୍ରଗତି ଅସମ୍ଭବ। ଆଞ୍ଚଳିକ ଭାଷାର ସାହିତ୍ୟକୁ ହିନ୍ଦୀରେ ଅନୁବାଦ କରିବା ଜରୁରୀ।”
“ହିନ୍ଦୀ ସ୍ୱାଧୀନତା ସଂଗ୍ରାମୀଙ୍କ ମୁଖ୍ୟ ଭାଷା ଥିଲା। ଆଉ ଦେଶର ଅଧିକାଂଶ ଲୋକ ଏହାକୁ କହିପାରିବା ସହ ବୁଝି ମଧ୍ୟ ପାରୁଥିଲେ। ଯଦି ଆମେ ଲୋକତନ୍ତ୍ରକୁ ପ୍ରଗତିଶୀଳ ଓ ଶକ୍ତ କରିବାକୁ ଚାହୁଁଛନ୍ତି, ତା’ହେଲେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟ ଆଞ୍ଚଳିକ ଭାଷାରେ ହେବା ଉଚିତ୍। ଏଥିସହ କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟ ହିନ୍ଦୀ ଭାଷାରେ କରିବା ଦରକାର।”
ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ରାଜନାଥ ସିଂହ, ଗୃହ ରାଜ୍ୟମନ୍ତ୍ରୀ କିରଣ ରିଜିଜୁ, ହଂସରାଜ ଅହୀର ଓ କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠବଲେ ମଧ୍ୟ ଉପସ୍ଥିତ ଥିଲେ।
from Odisha Reporter https://ift.tt/2QrF6JH
No comments:
Post a Comment