ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଗିରଫ

mantree

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁର ବ୍ଲକ୍ ଅଧ୍ୟକ୍ଷ ଦେବାଶୀଷ ପାତ୍ରଙ୍କୁ ପୁଲିସ ଗିରଫ କରିଛି । ବୁଧବାର ରାତି ସାଢ଼େ ୯ଟା ସମୟରେ ମଙ୍ଗୁଳି ଟୋଲ ଗେଟ୍ ନିକଟରେ ତାଙ୍କୁ ଗିରଫ କରାଯାଇଛି।

ଥାନା ଭିତରେ ପଶି କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଦେବାଶୀଷଙ୍କୁ ମହଙ୍ଗା ପଡ଼ିଛି । ପୁଅ ଗିରଫ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ ଚଳିତମାସ ୬ତାରିଖରେ ଘସିପୁରା ପୌର ପରିଷଦ ଉପାଧ୍ୟକ୍ଷ ସୁରେଶ ସାହୁଙ୍କ ଗାଡ଼ି ଉପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅ ଦେବାଶୀଷଙ୍କ ସହଯୋଗୀମାନେ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମନ୍ତ୍ରୀଙ୍କ ସମର୍ଥକ କୁହାଯାଉଥିବା କିଛି ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା।

ତେବେ ଏହି ଖବର ପାଇବା ପରେ ମନ୍ତ୍ରୀଙ୍କ ପୁଅ ଦେବାଶିଷ ନିଜର ୪୦ରୁ ୫୦ଜଣ ସହଯୋଗୀଙ୍କ ସହ ରାମଚନ୍ଦ୍ରପୁର ଥାନାରେ ପଶି କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରି ଗିରଫ ବ୍ୟକ୍ତିମାନଙ୍କୁ ଜୋର ଜବରଦସ୍ତ ଛଡ଼ାଇ ଆଣିଥିଲେ।

ଏହି ଆକ୍ରମଣରେ ପୁଲିସ ସବଇନ୍ସପେକ୍ଟର ଗଗନ ନାୟକଙ୍କ ମୁହଁ ହାଡ଼ ଭାଙ୍ଗି ଯାଇଥିଲାବେଳେ ଅନ୍ୟଜଣେ ଏଏସଆଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂତ୍ର ଅନୁସାରେ ପୁଲିସକୁ ମାଡ଼ ମାରିବା ଘଟଣାରେ ମନ୍ତ୍ରୀ ଶ୍ରୀ ପାତ୍ର ତାଳିପକା ଉଦ୍ୟମ କରିଥିଲେ । ନିଜ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ କେନ୍ଦୁଝର ଜିଲ୍ଲା ବିଜେଡିର ୩୦ରୁ ୪୦ଜଣ ପ୍ରମୁଖ ନେତାଙ୍କୁ ଡକାଇ ଏକ ବୈଠକ କରିଥିଲେ ।

ଏହାପରେ ସମସ୍ତେ ନବୀନ ନିବାସ ଯାଇ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇବା ପାଇଁ ତୁରନ୍ତ ଏସପିଙ୍କ ବଦଳି ଦାବି କରିଥିଲେ । ଏପରିକି ସମୂହ ବିଜେଡିରୁ ଇସ୍ତଫା ଦେବା ପାଇଁ ଧମକ ଦେଇଥିଲେ । କିନ୍ତୁ ଏସବୁ ସତ୍ତ୍ୱେ ପୁଲିସ୍ ଆଜି ତାଙ୍କ ପୁଅଙ୍କୁ ଗିରଫ କରିଛି ।



from Odisha Reporter https://ift.tt/2xyRNto

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages