
ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଚିକଟନାଳି ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତ ମହିଳାଙ୍କ ନାଁ ବିନତି ଓରାମ। ତାଙ୍କ ସ୍ୱାମୀଙ୍କ ନାଁ ଗାନ୍ଦୁର ଓରାମ।
ପୁଲିସ୍ ଗାନ୍ଦୁରଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ଗାନ୍ଦୁର ଓ ବିନତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ ଗାନ୍ଦୁର ଉତ୍କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ବିନତିଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2I9kJwY
No comments:
Post a Comment