ଭାଇରାଲ୍ ହେଲା ଦିଦିଙ୍କ ମେଡିକାଲ୍‌ ପର୍ଚି: ଲେଖାଥିଲା, ଆଣିବ ୧୦ ପ୍ୟାକେଟ୍ ହଳଦିରାମ୍ ମୁଢ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଭାଇରାଲ୍ ହେଲା ଦିଦିଙ୍କ ମେଡିକାଲ୍‌ ପର୍ଚି: ଲେଖାଥିଲା, ଆଣିବ ୧୦ ପ୍ୟାକେଟ୍ ହଳଦିରାମ୍ ମୁଢ଼ି

diidi

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସରକାରୀ ମେଡ଼ିକାଲ୍ କଲେଜ ଡାକ୍ତରଖାନା, ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ନେଇ ଯେତିକି ଚର୍ଚ୍ଚାରେ ନଥାଏ, ବିବାଦୀୟ ସ୍ଥିତିକୁ ନେଇ ତା’ଠୁ ଢେର ଅଧିକ ଚର୍ଚ୍ଚାରେ ରହିଥାଏ। ସବୁଦିନ କୌଣସି ନା କୌଣସି କଥାକୁ ନେଇ ଏଠି ଉଠିଥାଏ ଅଭିଯୋଗର ସ୍ୱର। ପ୍ରାୟ ସବୁ ବିଭାଗରେ ଏପରି ସ୍ଥିତି। ସବୁଠୁ ଆଗରେ ରହିଛି ସ୍ତ୍ରୀ ଓ ପ୍ରସୂତି ବିଭାଗ। ଏଠି କାଳେ ଚାଲିଥାଏ ଜଣେ ଦିଦିଙ୍କ ଦବଙ୍ଗଗିରି।

ଅଭିଯୋଗ ହୋଇଆସୁଛି ଯେ, ଏଠି କେତେବେଳେ ସେହି ନର୍ସ ଜଣକ ମିଠାଖିଆ ଲାଞ୍ଚ ମାଗନ୍ତି ତ ଆଉ କେତେବେଳେ ଜୋର୍‌ଜବରଦସ୍ତ ଟଙ୍କା ଆଦାୟ କରନ୍ତି। ଗତ ସପ୍ତାହକ ଭିତରେ ଏହି ନର୍ସଙ୍କ ବିରୋଧରେ ବଲାଙ୍ଗିର ଟାଉନ୍‌ ଥାନାରେ ଦୁଇ ଦୁଇଟି ଅଭିଯୋଗ ଦାଖଲ ହେଲାଣି।

ଏବେ କିନ୍ତୁ ଦିନିମାନେ ଆଉଦୁଇଟି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆଶାକର୍ମୀଙ୍କୁ ମାଡ଼ ମାରି ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ହଳଦିରାମ କମ୍ପାନୀର ମସଲା ମୁଡ଼ି ଆଣିବାକୁ କହି ଦିଦିମାନେ ସୋଶାଲ୍‌ ମିଡିଆରେ ଫୁଲ୍‌ ଚର୍ଚ୍ଚାକୁ ଆସିଛନ୍ତି।

ଦିଦିଙ୍କ ହାତଲେଖା ହଳଦିରାମ୍‌ ମସଲା ମୁଡ଼ି ଆଣିବାର ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓ ବଲାଙ୍ଗିର ସରକାରୀ ମେଡିକାଲ କଲେଜ ହସ୍ପିଟାଲ ନିକଟ ଏକ ମେଡିସିନ ଷ୍ଟୋରରେ ରେକର୍ଡ ହୋଇଛି।

ଭିଜୁଆଲ୍‌ କଥାବାର୍ତ୍ତାରୁ ଜଣାପଡୁଛି, ଦିଦିଙ୍କ ହାତଲେଖା କାଗଜ ଧରି ଆସିଥିବା ବ୍ୟକ୍ତିଙ୍କ ଜଣେ ସମ୍ପର୍କୀୟ, ମେଡିକାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଡମିଟ୍‌ ହୋଇଛନ୍ତି। ଦିଦି ତାଙ୍କୁ ଦେଇଥିବା କାଗଜରେ କିଛି ଔଷଧ ନାଁ ଥିବା ଭାବି ବାବୁ ଜଣଙ୍କ ମେଡିସିନ୍‌ ଷ୍ଟୋରକୁ ଚାଲି ଆସିଥିଲେ। ଷ୍ଟୋରରେ କାଗଜ ଦେଖାଇବା ପରେ ପ୍ରକୃତ କଥା ଜଣାପଡ଼ିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏହାକୁ ରେକର୍ଡିଂ କରି ସୋଶାଲ୍‌ ମିଡିଆରେ ପୋଷ୍ଟ କରିଦେଇଥିଲେ।

କାଗଜରେ କୌଣସି ଔଷଧ ନାଁ ଲେଖା ଯାଇନଥିଲା। ଏଥିରେ ଲେଖା ଥିଲା, ଦିଦିମାନଙ୍କ ପାଇଁ ୧୦ ପ୍ୟାକେଟ୍‌ ହଲଦିରାମ କମ୍ପାନୀର ଭୁଜା (ମସଲା ମୁଢ଼ି) ଆଣ।

ଅଭିଯୋଗ ଅନୁସାରେ, ମୁଡ଼ି ଆଣିବାକୁ ଯାଇଥିବା ଲୋକ ଜଣଙ୍କ ହେଲେ ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ସିଆଲବନ୍ଧ ଗାଁର। ଯାହାଙ୍କ ପତ୍ନୀ ‘ସ୍ତ୍ରୀ ଓ ପ୍ରସୂତୀ ବିଭାଗ’ରେ ଆଡମିଟ୍‌ ହୋଇଥିଲେ। ତାଙ୍କର ଏକ ଝିଅ ଜନ୍ମ ହେବା ପରେ ଡ୍ୟୁଟିରେ ଥିବା ଦିଦି ମସଲା ମୁଢ଼ି ଆଣିବାକୁ ଚିଟ୍‌ ଲେଖି ପଠେଇଥିଲେ। କଥା ପ୍ରଘଟ ହେବା ପରେ ଏବେ ଘଟଣାକୁ ଚପାଇବାକୁ ଚାପ ପକାଯାଉଥିବା ଅଭିଯୋଗ ହେଉଛି।

ଏହି ହସ୍ପିଟାଲ୍‌ରେ ଦିଦିମାନଙ୍କର ଏପରି କାର୍ଯ୍ୟ ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଛି। ଜଣେ ଦିଦି ଜଣେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ହସ୍ପିଟାଲ୍‌ ଘେରାଉ ହୋଇଥିଲା। ଆଶାକର୍ମୀ ଜଣଙ୍କ ଜଣେ ଗର୍ଭବତୀ ମହିଳାକୁ ହସ୍ପିଟାଲ୍‌କୁ ଆଣିଥିଲେ। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେ ଦାୟିତ୍ୱରେ ଥିବା ଦିଦିଙ୍କୁ ଚେକ୍‌ଅପ୍‌ ପାଇଁ ଅନୁରୋଧ କରିଥିଲେ। କିନ୍ତୁ କିଛି ନବୁଝି ନର୍ସ ଜଣକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ନର୍ସଙ୍କ ଏପରି ବ୍ୟବହାର ପ୍ରସଙ୍ଗରେ ମେଡିକାଲ କର୍ତ୍ତୃପକ୍ଷ ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଯେତେବେଳେ ବି ଜଣେ ନିର୍ଦ୍ଦିଷ୍ଟ ଦିଦିଙ୍କ ବିରୋଧରେ ଅଭିଯୋଗ ଆସୁଛି, ସିଡିଏମ୍‌ଓ ଗୋଟିଏ ଉତ୍ତର ଦେଉଛନ୍ତି, ଘଟଣାର ତଦନ୍ତ ହେଉଛି, କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ମେଡିକାଲ୍‌ କର୍ତ୍ତୃପକ୍ଷ କ’ଣ ତଦନ୍ତ କରୁଛନ୍ତି ଓ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାହା କାହାକୁ ଜଣାନାହିଁ।



from Odisha Reporter https://ift.tt/2Q9N6hw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages