ଘରେ ପଶି ଇଜ୍ଜତ ଲୁଟିଲେ, ଟଙ୍କାସୁନା ନେଇ ପଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଘରେ ପଶି ଇଜ୍ଜତ ଲୁଟିଲେ, ଟଙ୍କାସୁନା ନେଇ ପଳାଇଲେ

rape1

ମୁମ୍ବାଇ: ବାପାମା’ ବାହାରକୁ ଯାଇଥିଲେ। ଘରେ କେବଳ ୧୧ ବର୍ଷର ଝିଅଟି ଥିଲା। ଜଣେ ଅଜ୍ଞାତ ବ୍ୟକ୍ତି ଆସି ଡାକ ପକାଇଲେ। ଝିଅଟି ଦ୍ୱାର ଖୋଲିଲା ମାତ୍ରେ ସେ ପଚାରିଲେ,“ବାପାମା’ ଅଛନ୍ତି?”। ଝିଅଟି କହିଲା, ନା।

ଏମିତି କଥାବାର୍ତ୍ତା ବେଳେ ହଠାତ୍ ସେ ଝିଅଟିକୁ ଘର ଭିତରକୁ ନେଇ ଯାଇ ଛୁରୀ ଦେଖାଇ ତା’ ହାତ ଓ ପାଟିକୁ ବାନ୍ଧି ଦେଇଥିଲେ। ତା’ପରେ ତା’ ସହିତ ଦୁଷ୍କର୍ମ କରିଥିଲେ। ଏହା ପରେ ଘରୁ ନଗଦ ୧୫ ହଜାର ଟଙ୍କା ଓ ୪୫ ହଜାର ଟଙ୍କାର ସୁନାଗହଣା ନେଇ ପଳାଇଲେ। ଗଲା ବେଳେ ସେ ଘର ବାହାରେ ତାଲା ପକାଇ ଦେଇଥିଲେ।

ଏହି ଅଭିଯୋଗ ଆସିଛି ମୁମ୍ବାଇ ବାନ୍ଦ୍ରା (ଇ) ଅଞ୍ଚଳରୁ। ଘଟଣାଟି ଗତ ସୋମବାର ଦିନ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ଘଟିଛି।

ଝିଅର ମା’ ଯେତେବେଳେ ସାଢ଼େ ଗୋଟାଏ ବେଳେ ଫେରିଲେ ଘରେ ତାଲା ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ପଡ଼ୋଶୀଙ୍କୁ ଡାକି ତାଲା ଭାଙ୍ଗି ଘର ଭିତରକୁ ଯିବା ପରେ ତାଙ୍କ ହୋସ୍ ଉଡ଼ି ଯାଇଥିଲା।

ଝିଅ ତଳେ ପଡ଼ିଥିଲା। ତା’ ହାତ ଓ ପାଟି ବନ୍ଧା ହୋଇଥିଲା। ତାଙ୍କ ସ୍ୱାମୀ ଆସିବା ପରେ ସେମାନେ ଥାନାକୁ ଯାଇ ଦୁଷ୍କର୍ମ ଓ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ।

ଡାକ୍ତରୀ ମାଇନାରୁ ସ୍ପଷ୍ଟ ହୋଇଥିଲା ଯେ ଝିଅଟିକୁ ଦୁଷ୍କର୍ମ କରାଯାଇଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍ ଦୁଇଟି ଟିମ୍ ଗଠନ କରିଛି।



from Odisha Reporter https://ift.tt/2O7aFXn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages