ରହସ୍ୟମୟ ‘ଭୟନିଚ୍‌ ପାଣ୍ଡୁଲିପି’: ପଢ଼ି ହେଉନି କି ବୁଝି ହେଉନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ରହସ୍ୟମୟ ‘ଭୟନିଚ୍‌ ପାଣ୍ଡୁଲିପି’: ପଢ଼ି ହେଉନି କି ବୁଝି ହେଉନି

top

ନୂଆଦିଲ୍ଲୀ: ବିଜ୍ଞାନ ଯେତେ ଆଗକୁ ଗଲେ ବି ଦୁନିଆରେ ଏମିତି ବହୁତ ରହସ୍ୟ ରହିଛି, ଯାହା ଉପରୁ ଆଜି ବି ପରଦା ଉଠିପାରିନାହିଁ। ଏପରି ଏକ ପୁସ୍ତକ ରହିଛି, ଯାହାର ନାଁ ‘ଭୟନିଚ୍‌ ପାଣ୍ଡୁଲିପି’। ଏହା ଯେତିକି ରହସ୍ୟମୟ ସେତିକି ରୋମାଞ୍ଚକର ମଧ୍ୟ।

ଆପଣ ବହୁ ପୁରୁଣା ପୁସ୍ତକ ଓ ପାଣ୍ଡୁଲିପି ଦେଖିଥିବେ। କିଛି ଲୋକ ଏହାକୁ ପଢ଼ିଥିବେ ମଧ୍ୟ। ହେଲେ ଭୟନିଚ୍‌ ପାଣ୍ଡୁଲିପି ଏପରି ଏକ ପୁସ୍ତକ ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ିପାରିନାହାନ୍ତି।

book2ଏହି ପୁସ୍ତକରେ ଏମିତି କ’ଣ ରହିଛି ? କାହିଁକି ଏହାକୁ ପଢ଼ି ହେଉନାହିଁ ? କାହିଁକି ଏହାକୁ ଦୁନିଆର ସବୁଠାରୁ ଅଧିକ ରହସ୍ୟମୟ ପୁସ୍ତକ କୁହାଯାଉଛି ?

ତେବେ ଆସନ୍ତୁ ଜାଣିବା ଏହି ପୁସ୍ତକ ସମ୍ପର୍କରେ।

୧୫ଶ ଶତାବ୍ଦୀରେ ଲେଖାଯାଇଥିବା ଏହି ପୁସ୍ତକରେ ରହିଚି ୨୪୦ ପୃଷ୍ଠା। ଏଥିରେ ଏମିତି ଭାଷାରେ କିଛି ଲେଖା ଯାଇଛି, ଯାହାକୁ କେହି ବି ବୁଝିପାରୁନାହାନ୍ତି। ଏଥିରେ ବହୁତଗୁଡିଏ ଗଛଲତାର ଚିତ୍ର ରହିଛି। ଆଶ୍ଚର୍ଯ୍ୟ କରିବାର କଥା ହେଲା ଏପରି ଗଛଲତା ପୃଥିବୀରେ କେଉଁଠି ବି ଦେଖିବାକୁ ମିଳିନଥାଏ।

treeବହୁତ ପ୍ରଫେସ୍‌ନାଲ କ୍ରେପ୍ଟୋଗ୍ରାଫର୍‌, ଏପରିକି ଆମେରିକାନ ଓ ବ୍ରିଟିଶ୍‌ କୋଡ୍ ବ୍ରେକର୍ସ ମଧ୍ୟ ଏହି ପୁସ୍ତକକୁ ବୁଝିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି। ଏଥିପାଇଁ ଏହାକୁ ଦୁନିଆର ସବୁଠାରୁ ଅଧିକ ରହସ୍ୟମୟ ପୁସ୍ତକର ମାନ୍ୟତା ମିଳିଛି।

କାର୍ବନ୍‌ ଡେଟିଙ୍ଗ ଦ୍ୱାରା ଏହା ଜଣାପଡ଼ିଛି ଯେ ପୁସ୍ତକଟି ୧୪୦୪ରୁ ୧୪୩୮ ମଧ୍ୟରେ ଲେଖାଯାଇଛି। ଏହି ପାଣ୍ଡୁଲିପର ନାଁ ଇଟାଲୀର ଜଣେ ବହି ଡିଲର୍‌ Wilfrid Voynich ଙ୍କ ନାଁ ଅନୁସାରେ ରଖାଯାଇଛି। ୧୯୨୧ରେ ସେ ଏହି ପୁସ୍ତକଟିକୁ କିଣିଥିଲେ।

ଏହି ପାଣ୍ଡୁଲିପିରେ କ’ଣ ଲେଖାଯାଇଛି ତାହା ଜଣାପଡ଼ି ନଥିଲେ  ବି ଏଥିରେ କିଛି ଶବ୍ଦ ଲାଟିନ୍‌ ଓ ଜର୍ମାନ ଭାଷାରେ ଥିବା ଜଣାପଡ଼ିଛି।

book1ଏବେ ଏହି ପୁସ୍ତକରେ ୨୪୦ ପୃଷ୍ଠା ରହିଛି। ହେଲେ ପୂର୍ବରୁ ଏଥିରେ ଅଧିକ ପୃଷ୍ଠା ଥିଲା। ସମୟ ସହ ଏଥିରୁ କିଛି ପୃଷ୍ଠା ନଷ୍ଟ ହୋଇଯାଇଛି।

ଏହି ପୁସ୍ତକକୁ ୬ଟି ଅଲଗା ଅଲଗା ଭାଗରେ ବଣ୍ଟା ଯାଇଛି। ପ୍ରତିଟି ଭାଗରେ କୌଣସି ବିଷୟ ଉପରେ କୁହାଯାଇଛି। ସବୁ ଭାଗରେ ଅଲଗା ଅଲଗା ଚିତ୍ର ରହିଛି। ଚିତ୍ରକୁ ଦେଖି ଏତିକି ଅନୁମାନ ଲଗାଯାଛି ଯେ ଏଥିରେ ଖଗୋଳ (Astronomy), ଜୀବବିଜ୍ଞାନ (Biology), ବ୍ରହ୍ମାଣ୍ଡ ବିଜ୍ଞାନ (Cosmology), ହର୍ବାଲ ଜ୍ଞାନ (Herbal Knowledge), ଔଷଧ (Medicine), ରନ୍ଧନ  ବିଦ୍ୟା (Recipes) ବିଷୟରେ ଉଲ୍ଲେଖ ରହିଛି। ହେଲେ ଏହା କେବଳ ଏକ ଅନୁମାନ। ଏହାର କୌଣସି ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ।

 

 



from Odisha Reporter https://ift.tt/2Npwjcq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages