
ସିଓଲ୍: କୋରିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ୍ରୁ ହିଁ ଭାରତର ଷ୍ଟାର ଶଟଲର୍ ସାଇନା ନେହ୍ୱାଲ ବିଦାୟ ନେଇଛନ୍ତି। ଜାପାନ୍ର ନିଜୋମି ଓକୁହାରଠାରୁ ସେ ୧-୨ ସେଟ୍ରେ ପରାସ୍ତ ହୋଇଛନ୍ତି। ତେବେ ଏହି ମ୍ୟାଚ୍ଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା।
ସାଇନା ଓକୁହାରାଙ୍କୁ କଡ଼ା ଟକ୍କର ଦେଇଥିଲେ। ପ୍ରଥମ ସେଟ୍କୁ ୨୧-୧୫ରେ ଜିତିଥିବା ସାଇନା କିନ୍ତୁ ଦ୍ୱିତୀୟ ସେଟ୍କୁ ୧୫-୨୧ରେ ହାରି ଯାଇଥିଲେ। ଫଳରେ ତୃତୀୟ ସେଟ୍ ହିଁ ନିର୍ଣ୍ଣାୟକ ହୋଇଥିଲା। ତେବେ ଓକୁହାରା ଶେଷ ସେଟ୍କୁ ୨୦-୨୨ରେ ଜିତି ନେଥିଲେ।
ଉଭୟଙ୍କ ମଧ୍ୟରେ ୫୯ ମିନିଟ୍ ଧରି ସଂଘର୍ଷ ଚାଲିଥିଲା। ସାଇନା ପରାଜୟ ପରେ କହିଛନ୍ତି, ମୁଁ ବହୁତ ଚେଷ୍ଟା କରିଥିଲି, ହେଲେ ଫଳାଫଳ ମୋ ସପକ୍ଷରେ ଗଲା ନାହିଁ। ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।
ସାଇନାଙ୍କ ପରାଜୟ ସହ କୋରିଆ ଓପନ୍ରେ ଭାରତର ଅଭିଯାନ ମଧ୍ୟ ଶେଷ ହୋଛି।
from Odisha Reporter https://ift.tt/2IpMHVf
No comments:
Post a Comment