ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଉପରକୁ ପଥର ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଉପରକୁ ପଥର ମାଡ଼

shivraj-singh-chouhan

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ  ଶିବରାଜ୍‌ ସିଂହ ଚୌହାନ୍‌ଙ୍କ ଶୋଭାଯାତ୍ରା ଉପରକୁ ପଥର ମାଡ଼ ହୋଇଛି। ଗତକାଲି ରାତିରେ ସୀଧୀ ଜିଲ୍ଲାରେ ‘ଜନ ଆଶୀର୍ବାଦ ଯାତ୍ରା’ ସମୟରେ ଏହି ଘଟଣା ଘଟିଥିଲା।

ପଥର ମାଡ଼ ସମୟରେ ମୁଖ୍ୟମନ୍ତ୍ରୀ ‘ଜନ ଆଶୀର୍ବାଦ ଯାତ୍ରା’ ପାଇଁ ତିଆରି ହୋଇଥିବା ରଥରେ ଉପସ୍ଥିତ ଥିଲେ। ତେବେ ତାଙ୍କ ଶରୀରରେ ଆଘାତ ଲାଗି ନାହିଁ। ପୁଲିସ୍ କହିଛି ଯେ ସେ ପୂରା ସୁରକ୍ଷିତ ଅଛନ୍ତି।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ସୀଧୀ ଜିଲ୍ଲାର ଚୁରହଟରେ ମୁଖ୍ୟମନ୍ତ୍ରୀ ‘ଜନ ଆଶୀର୍ବାଦ ଯାତ୍ରା’ ରଥ ପହଞ୍ଚିଥିଲା। ରଥ ସେଠାରେ ପହଞ୍ଚିବା ପରେ କିଛି ଲୋକ ହଠାତ୍ ପଥର ମାଡ଼ ଆରମ୍ଭ କରି ଦେଇଥିଲେ। ଗୋଟିଏ ପଥର ରଥର କାଚରେ ବାଜି ଥିଲା ଓ କାଚ ଭାଙ୍ଗି ଯାଇଥିଲା।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ୍‌ ସିଂହ ଚୌହାନଙ୍କ ସମେତ ଅନ୍ୟ ବିଜେପି ନେତାମାନେ କଂଗ୍ରେସକୁ ସମାଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଯେଉଁମାନେ ପଥର ମାରୁଛନ୍ତି ସେମାନଙ୍କର ଯଦି ସତ୍‌ସାହସ ଅଛି, ତା’ହେଲେ ସାମ୍ନାକୁ ଆସି ମୁକାବିଲା କରନ୍ତୁ।’

 



from Odisha Reporter https://ift.tt/2CdJ8SZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages