ଗୋଲାପ ପାଖୁଡ଼ାରେ ରହିଛି ଏହି ସବୁ ଔଷଧୀୟ ଗୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଗୋଲାପ ପାଖୁଡ଼ାରେ ରହିଛି ଏହି ସବୁ ଔଷଧୀୟ ଗୁଣ

Rose

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ପ୍ରାୟତଃ ଆମ ସମସ୍ତଙ୍କ ଘର ବା ବଗିଚାରେ ବିଭିନ୍ନ ରଙ୍ଗର ଗୋଲାପ ଫୁଲ ଦେଖିବାକୁ ମିଳିଥାଏ। ଏହା ଦେଖିବାକୁ ଯେମିତି ସୁନ୍ଦର, ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍‌ ଉପକାରୀ। ଗୋଲାପରେ ୯୫ ପ୍ରତିଶତ ଜଳ ରହିଛି। ଏଥିରେ ଅନେକ ପ୍ରକାର ଔଷଧୀୟ ଗୁଣ ଭରପୂର ହୋଇ ରହିଛି। ଗୋଲାପ ପାଖୁଡ଼ା ଖାଇବା ଦ୍ୱାରା ଚେହେରା ଉଜ୍ଜଳ ଦେଖା ଯିବା ସହ ଅନେକ ରୋଗରୁ ସୁରକ୍ଷା ମିଳିଥାଏ।

ଓଜନ ହ୍ରାସ କରେ: ଗୋଲାପରେ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଟାଣ୍ଟ ରହିଛି। ଗୋଲାପ ପାଖୁଡ଼ାକୁ ପାଣି କିମ୍ୱା ମେଥି ସହ ପେଷ୍ଟ୍‌ କରି ଖାଇଲେ, ଏହା ଓଜନ ହ୍ରାସରେ ସାହାଯ୍ୟ କରିଥାଏ। ଏହାସହ ଗୋଲାପ ପାଖୁଡ଼ା ମେଟାବାଲିଜମ୍‌କୁ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ।

ଚେହେରା ଉଜ୍ଜ୍ୱଳ କରେ: ଗୋଲାପ ପାଖୁଡ଼ାକୁ ପେଷ୍ଟ୍‌ କରି ତ୍ୱଚାରେ ଲଗାଇଲେ ଚେହେରା ଉଜ୍ଜ୍ୱଳ ଦେଖାଯାଇଥାଏ। ଏମିତିକି ଗୋଲାପ ପାଖୁଡ଼ାକୁ ଶୁଖାଇ ପାଣି ସହ ମୁଲତାନ ମାଟିରେ ମିଶାଇ ସପ୍ତାହକୁ ଥରେ ଲଗାନ୍ତୁ। ଏପରି କଲେ ଚେହେରା ଥିବା ଦାଗ ଚାଲି ଯାଇଥାଏ। ଏହାସହ ଗୋଲାପ ପାଖୁଡ଼ା ତ୍ୱଚାକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ।

ଅଳସୁଆମି ଦୂର କରେ: ଗରମ ପାଣିରେ ଗୋଲାପ ପାଖୁଡ଼ା ମିଶାଇ ପିଇଲେ, ଅଳସୁଆମି ଦୂର ହୁଏ। ସେହିପରି, ଶୋଇବା ସମୟରେ ମୁଣ୍ଡ ନିକଟରେ ଗୋଲାପ ରଖି ଶୋଇଲେ, ସମସ୍ତ ଚିନ୍ତା ଏବଂ ଅନିଦ୍ରା ମଧ୍ୟ ଦୂର ହୋଇଥାଏ।

ଓଠ ସୁନ୍ଦର ଦିଶେ: ଗୋଲାପ ଶରୀରକୁ ଥଣ୍ଡା ରଖିଥାଏ। ଏହା ଶରୀରକୁ ଡିହାଇଡ୍ରେସନ୍‌ରୁ ସୁରକ୍ଷା ସହ ପେଟକୁ ଥଣ୍ଡା ମଧ୍ୟ ରଖିଥାଏ। ଗୋଲାପ ପାଖୁଡ଼ା ଖାଇବା ଦ୍ୱାରା ଓଠ ସବୁବେଳେ ସତେଜ ଦେଖାଯାଏ। ଏହାସହ ଓଠ ଫାଟିବାରୁ ମଧ୍ୟ ସୁରକ୍ଷା ମିଳିଥାଏ।



from Odisha Reporter https://ift.tt/2MZQjmG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages