
ଚଣ୍ଡିଗଡ଼: ଦେଶକୁ ଥରାଇ ଦେଇଥିବା ହରିଆଣା ସିବିଏସ୍ଇ ଛାତ୍ରୀ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କ ପାଇଁ କୌଣସି ଓକିଲ ମାମଲା ଲଢ଼ିବେ ନାହିଁ। ଆଜି ରେୱାରୀ ଜିଲ୍ଲାର ୨୫ଟି ଗାଁ ପକ୍ଷରୁ ବସିଥିବା ମହାପଞ୍ଚାୟତ ବୈଠକ ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ କୋସଲି ସହରରେ ବସିଥିବା ଏହି ମହାପଞ୍ଚାୟତ ଲଖିତ ଭାବେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ରାଜ୍ୟପାଳ ସତ୍ୟଦେବ ନାରାୟନ୍ ଆର୍ଯ୍ୟଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପଠାଇଛି। ବୈଠକ ପୂର୍ବରୁ ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ମଧ୍ୟ ଫେରାର୍ ଥିବା ଦୁଇ ଅଭିଯୁକ୍ତଙ୍କୁ ସହଯୋଗ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲେ।
ଗୁରୁବାର ଦିନ ସିବିଏସ୍ଇରେ ଟପ୍ପର ହୋଇଥିବା ୧୯ ବର୍ଷୀୟ ଛାତ୍ରୀ ଟ୍ୟୁସନ୍ ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଅପହରଣ କରିବା ପରେ ନିଶା ଦେଇ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଜଣେ ସେନାର ଯବାନ ମଧ୍ୟ ସାମିଲ ଥିବା ଜଣାପଡ଼ିଛି।
ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନିଶୁକୁ ପୁଲିସ୍ ରବିବାର ଗିରଫ କରିବାରେ ସକ୍ଷମ ହୋଇଥିଲା। ଛୁଟି ନେଇ ସେନା କ୍ୟାମ୍ପରୁ ଆସିଥିବା ଯବାନ ପଙ୍କଜ ଏବଂ ତା’ର ସହଯୋଗୀ ମନୀଷ ଏବେ ବି ଫେରାର ଅଛନ୍ତି। ଏହି ଘଟଣାରେ ପୁଲିସ୍ ଯେଉଁ ଘରେ ଏହି ଗଣଦୁଷ୍କର୍ମ ଘଟିଥିଲା ତା’ର ମାଲିକ ଓ ଜଣେ ଡାକ୍ତରଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି।
from Odisha Reporter https://ift.tt/2NLN4yR
No comments:
Post a Comment