ବାରମ୍ୱାର ହାତ ଧୋଉଛନ୍ତି କି, ଏହି ସମସ୍ୟାରେ ପଡ଼ିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ବାରମ୍ୱାର ହାତ ଧୋଉଛନ୍ତି କି, ଏହି ସମସ୍ୟାରେ ପଡ଼ିପାରନ୍ତି

puspa2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଧିକାଂଶ ଲୋକ ଖାଦ୍ୟ ଖାଇବା ପୂର୍ବରୁ, ଖାଇବା ପରେ, ବାହାରୁ ଘରକୁ ଆସିବା ପରେ ଏବଂ ଟଏଲେଟ୍‌ରୁ ଆସିବା ପରେ ବାରମ୍ୱାର ହାତକୁ ଭଲ ଭାବରେ ଧୋଇଥା’ନ୍ତି। ଏହି କାମ ଅନ୍ୟମାନଙ୍କୁ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥା’ନ୍ତି। ଆମେରିକାର ଏକ ସ୍ୱାସ୍ଥ୍ୟ ଗବେଷଣା ପ୍ରତିଷ୍ଠାନ ଅନୁସାରେ, ଶରୀର ସୁସ୍ଥ ରହିବା ପାଇଁ ହାତକୁ ସଫା ରଖିବା ଜରୁରୀ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ପ୍ରତିଷ୍ଠାନର ସୂଚନା ଅନୁସାରେ ଆବଶ୍ୟକତାଠାରୁ ଅଧିକ ହାତ ଧୋଇବା ଅଭ୍ୟାସ ଆପଣଙ୍କୁ ଅସୁସ୍ଥ ମଧ୍ୟ କରିପାରେ।

ତେବେ ପ୍ରଶ୍ନ ଉଠୁଛି, ସୁସ୍ଥ ରହିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦିନକୁ କେତେ ଥର ହାତ ଧୋଇବା ଦରକାର।puspa1
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମ ତ୍ୱଚାରେ ଦୁଇ ପ୍ରକାର ବ୍ୟାକ୍ଟେରିଆ ଅଛନ୍ତି। ଗୋଟିଏ ଶରୀରକୁ ଅସୁସ୍ଥ କରୁଥିବା ବେଳେ ଅନ୍ୟଟି ଆମକୁ ସୁରକ୍ଷିତ ରଖିଥାଏ।

ହାତ ଧୋଇବା ଦ୍ୱାରା ଖରାପ ବ୍ୟାକ୍ଟେରିଆ ବାହାରି ଯାଇଥା’ନ୍ତି ସତ, କିନ୍ତୁ ବାରମ୍ୱାର ହାତ ଧୋଇବା ଦ୍ୱାରା ଶରୀରକୁ ସୁରକ୍ଷା ଦେଉଥିବା ବ୍ୟାକ୍ଟେରିଆଙ୍କୁ କିଛି ମାତ୍ରାରେ କ୍ଷତି ପହଞ୍ଚିଥାଏ।

ବାରମ୍ୱାର ହାତ ଧୋଇଲେ, ତ୍ୱଚାରେ ଥିବା ତୈଳ ଅଂଶ ବାହାରି ଯାଇଥାଏ ଏବଂ ଚର୍ମ ଶୁଖିଲା ହୋଇଯାଏ। ଯଦି ଚର୍ମ ଶୁଖିଯାଏ, ତେବେ ସେଥିରେ ଥିବା ଉପକାରୀ ବ୍ୟାକ୍ଟେରିଆ ମଧ୍ୟ ବାହାରି ଯାଇଥା’ନ୍ତି।puspa3ଏଣୁ ବିଶେଷଜ୍ଞଙ୍କ ମତରେ, ହାତରେ ଅଧିକ ସାନିଟାଇଜର୍‌ ବ୍ୟବହାର କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। କିନ୍ତୁ ଏହାର ଅର୍ଥ ନୁହେଁ, ଆପଣ ହାତ ଧୋଇବେ ନାହିଁ। ସୁସ୍ଥ ରହିବା ପାଇଁ ହାତ ଧୋଇବାକୁ ପଡ଼ିଥାଏ। ସେଥିପାଇଁ ଆବଶ୍ୟକତା ଅନୁସାରେ ହାତ ଧୁଅନ୍ତୁ।



from Odisha Reporter https://ift.tt/2NwO8am

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages