ସୁନାମିରେ ମୃତ୍ୟୁ ସଂଖ୍ୟା ୩୮୪, ଶତାଧିକ ନିଖୋଜ, ୫୪୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ସୁନାମିରେ ମୃତ୍ୟୁ ସଂଖ୍ୟା ୩୮୪, ଶତାଧିକ ନିଖୋଜ, ୫୪୦ ଆହତ

ଜାକର୍ତ୍ତା: ଭୟଙ୍କର ଭୂକମ୍ପ ଓ ସୁନାମି ଯୋଗୁ ଇଣ୍ଡୋନେସିଆର ସୁଲାୱେସିର ଦ୍ୱୀପ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ବିଶେଷ କରି ଶୁକ୍ରବାର ଭୂକମ୍ପ ପରେ ପାଲୁ ସହରରେ ଆସିଥିବା ଭୟଙ୍କର ସୁନାମିରେ ପାଖାପାଖି ୩୮୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଶତାଧିକ ଲୋକ ନିଖୋଜ ଅଛନ୍ତି।

ସେହିପରି ୫୪୦ ଜଣ ଲୋକଙ୍କୁ ଗୁରୁତର ଅବସ୍ଥାରେ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପାଲୁ ବ୍ୟତୀତ ସୁଲାୱେସିର ବିଭିନ୍ନ ସହରରେ ଭୂକମ୍ପ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏକାଧିକ ଘର ମାଟିରେ ମିଶି ଯାଇଥିବା ବେଳେ ବିଦ୍ୟୁତ୍ ଯୋଗାଣ ଠପ୍‌ ହୋଇଯାଇଛି। ପ୍ରଭାବିତ ଲୋକଙ୍କୁ ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି।

ଜାତୀୟ ବିପର୍ଯ୍ୟୟ ଏଜେନ୍ସିର ସୂଚନା ଅନୁଯାୟୀ, କେବଳ ପାଲୁ ସହରରେ ୩୮୪ ଜଣଙ୍କଚ ମୃତ୍ୟୁ ଘଟିଛି। ଏବେ ବି ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବାର ଆଶଙ୍କା ରହିଛି। ଆହତଙ୍କୁ ବିଭିନ୍ନ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଉଥିବାରୁ ସେଠାରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ପର୍ଯ୍ୟାପ୍ତ ସ୍ଥାନର ଅଭାବରୁ ଲୋକଙ୍କୁ ଖୋଲା ଆକାଶ ତଳେ ଚିକିତ୍ସା ଯୋଗାଇ ଦିଆଯାଉଛି।

ପାଲୁ ସହରରେ ପାଖାପାଖି ସାଢ଼େ ୩ ଲକ୍ଷ ଲୋକ ରହନ୍ତି। ଗତକାଲି ୫ ଫୁଟ୍‌ ଉଚ୍ଚର ସମୁଦ୍ର ପାଣି ସ୍ଥଳଭାଗକୁ ମାଡ଼ି ଆସିଥିଲା। ଆଜି ପାଣି ଛାଡ଼ିବା ପରେ ବେଳାଭୂମି ଉପରେ ମୃତଦେହ ଗୁଡ଼ିକ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୁକ୍ରବାର ସନ୍ଧ୍ୟାରେ ପାଲୁ ସହରର ସମୁଦ୍ର କୂଳରେ ଏକ କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା। ଏଥିପାଇଁ ଶତାଧିକ ଲୋକ ସମୁଦ୍ର କୂଳରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସୁନାମି ପରେ ସେମାନଙ୍କର କୌଣସି ପତ୍ତା ମିଳିନାହିଁ ବୋଲି ଏଜେନ୍ସି ପକ୍ଷରୁ କୁହାଯାଇଛି।

ସୁନାମି ଯୋଗୁ ହଜାର ହଜାର ସଂଖ୍ୟାରେ ଘର ଓ ଗାଡ଼ି ସମୁଦ୍ରରେ ଲୀନ ହୋଇଯାଇଛି। ସେହିପରି ଏକାଧିକ ମୁଖ୍ୟ ରାସ୍ତା ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ସୁନାମି ବେଳର ଭିଡିଓ ଏହା କେତେ ଭୟଙ୍କର ଥିଲା ସେକଥାକୁ ବୟାନ କରୁଛି।

ଗତକାଲି ମଧ୍ୟାହ୍ନ ସମୟରେ ସୁଲାୱେସିରେ ୭.୫ ତୀବ୍ରତାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାପରେ ପ୍ରଶାସନ ପକ୍ଷରୁ ସୁନାମି ଆଲର୍ଟ କରାଯାଇଥିଲା। ତେବେ ସୁନାମି ସତର୍କ ସୂଚନା ପ୍ରତ୍ୟାହାର କରିନିଆଯିବା ପରେ ପାଲୁ ସହରରେ ୫ ଫୁଟ୍‌ ଉଚ୍ଚର ସୁନାମି ସ୍ଥଳଭାଗକୁ ମାଡ଼ି ଆସିଥିଲା।



from Odisha Reporter https://ift.tt/2QkW3oj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages