
ଲକ୍ଷ୍ନୌ: ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ରାମ ମନ୍ଦିର ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି।
ସେ କହିଛନ୍ତି ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିଶ୍ଚିତ ହେବ ଏବଂ ଏହା କେବେ ହେବ, ତା’ର ତାରିଖ ସ୍ଵୟଂ ପ୍ରଭୁ ରାମ ହିଁ ନିର୍ଦ୍ଧାରଣ କରିବେ।
ଶନିବାର ଲକ୍ଷ୍ନୌରେ ଆୟୋଜିତ ହିନ୍ଦୁସ୍ଥାନ ଶିଖର ସମାଗମ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ ଆଦିତ୍ୟନାଥ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାମ ମନ୍ଦିର କେବେ ହେବ ବୋଲି ପ୍ରଶ୍ନ ହେବାରୁ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ସମସ୍ତେ ଆଶାବାଦୀ ହେବା ଉଚିତ୍। ଯାହା ହେବାର ଥିବ, ତାକୁ କେହି ଅଟକାଇପାରିବେ ନାହିଁ। ନିୟତିର ଯାହା ନିର୍ଣ୍ଣୟ, ତାହା ନିଶ୍ଚିତ ହେବ।
ଆଦିତ୍ୟନାଥ୍ କହିଥିଲେ ଯେ, ପୂର୍ବ ସରକାର ଅଯୋଧ୍ୟା ଯିବାକୁ ଡରୁଥିଲେ। ଏବେ ସମୟ ବଦଳିଛି। ସେହିପରି ଉତ୍ତରପ୍ରଦେଶରେ ଅନେକ ଧର୍ମସ୍ଥଳ ଯଥା ଚର୍ଚ୍ଚ, ଗୁରୁଦ୍ୱାର, ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି, ଏମିତି କେତେ ପବିତ୍ର ସ୍ଥାନ ରହିଛି। ଖାଲି ମନ୍ଦିରକୁ ନେଇ କାହିଁକି ଏତେ ଚର୍ଚ୍ଚା ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ସେମିତି କିଛି ନାହିଁ।
ସେ କହିଛନ୍ତି ୟୁପିରେ ବିଭିନ୍ନ ଧର୍ମ ସହ ଜଡ଼ିତ ଥିବା ଅନେକ ଅନୁଷ୍ଠାନ ରହିଛି। ଏହା ଉତ୍ତରପ୍ରଦେଶବାସୀଙ୍କ ପାଇଁ ଗୌରବର ବିଷୟ। ଭାରତ ସରକାରଙ୍କ ସ୍ୱଦେଶ ଦର୍ଶନ ଯୋଜନାରେ ୟୁପି ସରକାର ସମସ୍ତଙ୍କର ବିକାଶ କରୁଛନ୍ତି।
from Odisha Reporter https://ift.tt/2wHyz5t
No comments:
Post a Comment