
ମୁମ୍ବାଇ: ବକ୍ସ ଅଫିସ୍ରେ ସୁପର ହିଟ୍ ହୋଇଥିବା ଫିଲ୍ମ ‘ଦବଙ୍ଗ୍’ର ପାର୍ଟ ଥ୍ରୀକୁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ଏହାର ଶୁଟିଂ ଓ କାଷ୍ଟିଂକୁ ନେଇ ବିବାଦ ଲାଗି ରହିଥିଲା। ତେଣୁ ଫିଲ୍ମଟିକୁ ନେଇ ଏକ ପ୍ରକାର ଅନିଶ୍ଚିତତା ଦେଖା ଦେଇଥିଲା। କିନ୍ତୁ ସଦ୍ୟ ଖବର ଅନୁସାରେ ଲାଗୁଛି ପ୍ରୋଜେକ୍ଟଟି ଆଗକୁ ବଢ଼ିବ।
ସଲମାନ୍ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ଗୋଟିଏ ଫଟୋ ଶେୟାର କରିଛନ୍ତି। ଏଥିରେ ଦବଙ୍ଗର ପୁରୁଣା ଟିମ୍କୁ ଦେଖିବାକୁ ମିଳିଛି। ଏଥିରେ ସଲମାନ୍ ଲେଖିଛନ୍ତି, ‘ଗତକାଲି ରଜ୍ଜୋ ଏବଂ ଚୁଲ୍ବୁଲ୍ ପାଣ୍ଡେ ସଂଯୋଗ ବଶତଃ ମହେଶ ମାଞ୍ଜ୍ରେକର୍ ଓ ସାଜିଦ୍-ୱାଜିଦ୍ଙ୍କୁ ଭେଟିଥିଲେ। ‘ଦବଙ୍ଗ’ର ୮ ବର୍ଷ। ଆସନ୍ତା ବର୍ଷ ‘ଦବଙ୍ଗ-୩’ରେ ଦେଖା ହେବ।’
ସଲମାନଙ୍କ ଏହି ପୋଷ୍ଟ୍ରୁ ଜଣାପଡ଼ୁଛି ଯେ ‘ଦବଙ୍ଗ-୩’ ଆସନ୍ତା ବର୍ଷ ପରଦାକୁ ଆସିବ। ଫଟୋରୁ ଏହା ବି ଜଣାପଡ଼ୁଛି ଯେ ‘ଦବଙ୍ଗ-୩’ରେ ମଧ୍ୟ ସଲମାନ୍ଙ୍କ ସହ ସୋନାକ୍ଷୀ ଅଭିନୟ କରିବେ।
ଅନ୍ୟପକ୍ଷରେ ସୂଚନା ମିଳିଛି ଯେ, ‘ଦବଙ୍ଗ-୩’ର ପ୍ରଯୋଜନା ଦାୟିତ୍ୱ ସଲମାନ୍ଙ୍କ ଭାଇ ଅରବାଜ୍ ଖାନ୍ ନେବେ ନାହିଁ। ଅନ୍ୟ କୌଣସି ପ୍ରଡକ୍ସନ୍ ହାଉସ୍ ଜରିଆରେ ଏହି ଫିଲ୍ମର ନିର୍ମାଣ କରାଯିବ।
‘ଦବଙ୍ଗ’ର ଦୁଇଟି ଯାକ ପାର୍ଟ ହିଟ୍ ହୋଇଥିଲା। ପ୍ରଥମ ପାର୍ଟର ନିର୍ଦ୍ଦେଶନା ଅଭିନବ କଶ୍ୟପ ଦେଇଥିଲେ। ଦ୍ୱିତୀୟ ପାର୍ଟର ନିର୍ଦ୍ଦେଶନା ଅରବାଜ୍ ଖାନ୍ ଦେଇଥିଲେ।
from Odisha Reporter https://ift.tt/2x38UEr
No comments:
Post a Comment