ରବର୍ଟ ଭଦ୍ରା ଓ ଭୁପିନ୍ଦର ସିଂହ ହୁଡ୍ଡାଙ୍କ  ନାଁରେ ଏଫଆଇଆର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ରବର୍ଟ ଭଦ୍ରା ଓ ଭୁପିନ୍ଦର ସିଂହ ହୁଡ୍ଡାଙ୍କ  ନାଁରେ ଏଫଆଇଆର୍

ନୂଆଦିଲ୍ଲୀ: ୨୦୦୮ ମସିହାରେ ଗୁଡ୍‌ଗାଓଁ ଜମି ଠକେଇ ମାମଲାରେ ରାହୁଲ୍‌ ଗାନ୍ଧିଙ୍କ ଭିଣୋଇ ରବର୍ଟ ଭଦ୍ରା ଓ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି।

ଏଥିରେ ଦର୍ଶାଯାଇଛି ଯେ ଭଦ୍ରାଙ୍କ କମ୍ପାନୀ ସ୍କାଏ ଲାଇଟ୍‌ ହସ୍‌ପିଟାଲିଟିକୁ ଗୁର୍‌ଗାଓଁ ସେକ୍ଟର୍‌ ୮୩, ସିକୋହପୁର୍‌ର, ସିକନ୍ଦରାପୁର୍‌, ଖେଡ୍‌କି ଦୌଲା ଏବଂ ସିହିରେ ୭.୫ କୋଟି ଟଙ୍କାରେ ଜମି ଆବଣ୍ଟନ କରାଯାଇଥିଲା। ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କ ମାଧ୍ୟମରେ ଏହି ଜମି ଆବଣ୍ଟନ ହୋଇଥିଲା। କିନ୍ତୁ ପରେ ଜମିର କିସମ ପରିବର୍ତ୍ତନ କରି ଭଦ୍ରା ଏହାକୁ ୫୫ କୋଟି ଟଙ୍କାରେ ବିକ୍ରି କରିଦେଇଥିଲା।

ଅନ୍ୟପଟେ ରବର୍ଟ ଭଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ତୈଳ ଦର ବୃଦ୍ଧି ଭଳି ସମସ୍ୟାରୁ ଲୋକଙ୍କ ନଜର ହଟାଇବା ପାଇଁ ଏପରି କରାଯାଇଛି ବୋଲି ଭଦ୍ରା କହିଛନ୍ତି।



from Odisha Reporter https://ift.tt/2PnBI11

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages