ବିଶ୍ୱର ସବୁଠାରୁ ରହସ୍ୟମୟ ପେଣ୍ଟିଂ ‘ମୋନାଲିସା’ର ଅର୍ଥ କ’ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ବିଶ୍ୱର ସବୁଠାରୁ ରହସ୍ୟମୟ ପେଣ୍ଟିଂ ‘ମୋନାଲିସା’ର ଅର୍ଥ କ’ଣ

ଏ ଦୁନିଆକୁ ଏମିତିକ କିଛି ବ୍ୟକ୍ତି ଜନ୍ମ ହୋଇ ଆସନ୍ତି  ଯେଉଁମାନେ ମୃତ୍ୟୁ ପରେ ବି ନିଜ କର୍ମ ପାଇଁ ଯୁଗ ଯୁଗ ଧରି ଅମର ହୋଇ ଯାଆନ୍ତି। ଆଉ ସେମାନଙ୍କ ମଧ୍ୟରେ ଖ୍ୟାତନାମା ଚିତ୍ରକର ଲିଓନାର୍ଡୋ ଡା ଭିନ୍ସି ହେଉଛନ୍ତି ଅନ୍ୟତମ। ଯିଏ ତାଙ୍କର ‘ମୋନାଲିସା’ ପେଣ୍ଟିଂ ଦ୍ଵାରା ସାରା ବିଶ୍ୱକୁ ଚମକାଇଦେଇଥିଲେ।

ଲିଓନାର୍ଡୋ ଡା ଭିନ୍ସି ଏକାଧାରରେ ଜଣେ କଳାକାର, ବୈଜ୍ଞାନିକ ଓ ଚିତ୍ରକର ଥିଲେ। କଳାକ୍ଷେତ୍ତ୍ରରେ ବିଚକ୍ଷଣ ଦକ୍ଷତା ଓ ପାରଦର୍ଶିତା ପାଇଁ ତାଙ୍କୁ ବିଶ୍ୱର ସବୁଠାରୁ ପ୍ରତିଭାଶାଳୀ ବ୍ୟକ୍ତି ବୋଲି ବିବେଚନା କରାଯାଉଥିଲା।

ଲିଓନାର୍ଡୋଙ୍କ ଜନ୍ମ ୧୫ ଏପ୍ରିଲ ୧୫୫୨ରେ ଇଟାଲୀର ଭିନ୍ସି ସହରରେ ହୋଇଥିଲା।  ପ୍ରକୃତରେ ଡା ଭିନ୍ସି ତାଙ୍କର ସାଙ୍ଗିଆ ନୁହଁ। ବରଂ ଏହା ତାଙ୍କର ଜନ୍ମସ୍ଥାନର ନାମ।

ଯଦି ବିଶ୍ୱର ସବୁଠାରୁ ପ୍ରସିଦ୍ଧ ଏବଂ ରହସ୍ୟମୟ ପେଣ୍ଟିଂ କାହାକୁ କୁହାଯିବ, ତାହା ହେଉଛି ମୋନାଲିସା। ଏହି ପେଣ୍ଟିଂ ଆଜି ପର୍ଯ୍ୟନ୍ତ ସମଗ୍ର ବିଶ୍ୱବାସୀଙ୍କୁ ଆଚମ୍ବିତ କରିଆସିଛି। ଏହି ପେଣ୍ଟି ତିଆରି କରିବାପାଇଁ ଡା ଭିନ୍ସିଙ୍କୁ ୧୫ ବର୍ଷ ଲାଗିଥିଲା। ଏହି ପେଣ୍ଟିଂର ବିଶେଷତ୍ଵ ହେଉଛି ଯେ ଏହା ଦର୍ଶକଙ୍କୁ ଭିନ୍ନ ଭିନ୍ନ ରୂପରେ ନଜର ଆସିଥାଏ। କାହାପାଇଁ ଏହି ପେଣ୍ଟିଂରେ ଥିବା ମହିଳା ହସୁଥିବା ଭଳି ମନେ ହୁଏ ତ’ ଆଉ କାହାକୁ ସେ କାନ୍ଦୁଥିବା ପରି ପ୍ରତୀୟମାନ ହୁଏ। ପୁଣି ଆଉ କାହାକୁ ସେ ଅତ୍ୟନ୍ତ ଶାନ୍ତ ରୂପରେ ଥିବା ଭଳି ଦେଖାଯାଆନ୍ତି।

ଏହି ମୋନାଲିସା ପେଣ୍ଟିଂ ଏକ ସଂଗ୍ରହାଳୟରୁ ଚୋରି ମଧ୍ୟ ହୋଇଥିଲା। କିନ୍ତୁ ୧୫ ବର୍ଷ ପରେ ପୁଣି ମିଳିଥିଲା। ଏହି ପେଣ୍ଟିଂରେ ଥିବା ମହିଳା ଜଣକ କିଏ, ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

କେହି କେହି କୁହନ୍ତି ଏହି ଚିତ୍ରଟି ଲିଓନାର୍ଡୋଙ୍କ ପତ୍ନୀଙ୍କର। ହେଲେ ଏହାର ପ୍ରମାଣ ମିଳିପାରି ନାହିଁ। ଆଉ ଏକ ନିଆରା କଥା ହେଉଛି ଏହାର ପ୍ରଚ୍ଛଦପଟ୍ଟ ବାମଠାରୁ ଡାହାଣ ଭିନ୍ନ। ଆଉ ଏହି ପେଣ୍ଟିଂ ପାଇଁ ୧୦୦ ବିଲିୟନ୍ ଡଲାରର ବୀମା ଅଛି। କୁହାଯାଏ ଯଦି ଆପଣ ଖୁସି ଅଛନ୍ତି ତେବେ ଏହି ପେଣ୍ଟିଂରେ ଥିବା ମହିଳାଙ୍କ ଚିତ୍ର ଆପଣଙ୍କୁ ହସୁଥିବା ଭଳି ଲାଗିବ। ଆଉ ଯଦି ଆପଣଙ୍କ ମନ ଦୁଃଖ ଅଛି ତେବେ ପେଣ୍ଟିଂର ଚେହେରା ଉଦାସ ଥିବା ପରି ମାନେ ହେବ।

ଏହି ବିସ୍ମୟକର ପେଣ୍ଟିଂ କୌଣସି କାଗଜ କିମ୍ବା କ୍ୟାନଭାସ ଉପରେ ତିଆରି ହୋଇ ନଥିଲା ବରଂ ଏକ ଭଙ୍ଗା କାଠରେ ହୋଇଥିଲା। ଏହି ପେଣ୍ଟିଂ ତିଆରି ସରିବା ପରେ ଡା ଭିନ୍ସିଙ୍କ ଦେହାନ୍ତ ହୋଇ ଯାଇଥିଲା। ପ୍ରକୃତରେ ଏହି ପେଣ୍ଟିଂର ନାମ ମୋନାଲିସା ନୁହେଁ। ଏହା ହେଉଛି ‘ମୋନା ଲିଜା’। ଇଟାଲୀୟ ଭାଷାରେ ‘ମୋନା ଲିଜା’ର ଅର୍ଥ ହେଉଛି ‘ମାଇଁ ଲେଡି’ ବା ମୋ ପ୍ରେୟସୀ। ଏହି ପେଣ୍ଟିଂଟି କିମ୍ବଦନ୍ତୀ ଫ୍ରେଞ୍ଚ ଶାସକ ନେପୋଲିୟନ ବୋନାପାର୍ଟଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏଥିପାଇଁ ସେ ଏହାକୁ ନିଜ ପ୍ରାସାଦର ଏକ ବିଶେଷ ସ୍ଥାନରେ ଟାଙ୍ଗିଥିଲେ।



from Odisha Reporter https://ift.tt/2NnzW3k

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages