
ମୁମ୍ବାଇ: ଜେଟ୍ ଏୟାରୱେଜ୍ ବିମାନରେ ଅଘଟଣ ଘଟିଛି। କ୍ରୁ ମେମ୍ବରଙ୍କ ସାମାନ୍ୟ ଭୁଲ ପାଇଁ ବିମାନରେ ଥିବା କିଛି ଯାତ୍ରୀଙ୍କ କାନ ଓ ନାକରୁ ରକ୍ତ ବାହାରିଛି।
ମିଳିଥିବା ରିପୋର୍ଟ ଅନୁସାରେ, ଆଜି ସକାଳେ ଜେଟ ଏୟାରୱେଜ୍ ବିମାନ 9W697 ମୁମ୍ବାଇରୁ ଜୟପୁରକୁ ୧୬୬ ଯାତ୍ରୀ ନେଇ ଉଡ଼ାଣ କରିଥିଲା। ତେବେ ଏକ ଅଘଟଣ ଯୋଗୁ ଟେକ୍ଅଫ୍ କରିବାର କିଛି ସମୟ ଭିତରେ ବିମାନଟିକୁ ପୁଣି ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବାକୁ ପଡ଼ିଥିଲା।
ବିମାନଟି ଉଡ଼ାଣ କରିବା ସମୟରେ ବିମାନର କ୍ରୁ ସଦସ୍ୟ କ୍ୟାବିନର ପ୍ରେସରକୁ ଠିକ୍ ରଖିବା ପାଇଁ ଥିବା ସ୍ୱିଚ୍କୁ ଭୁଲରେ ଅନ କରି ନ ଥିଲେ। ଏହି କାରଣରୁ ବିମାନରେ ଥିବା ୧୬୬ ଯାତ୍ରୀଙ୍କ ମଧ୍ୟରୁ ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିଥିଲା। କିଛି ଯାତ୍ରୀଙ୍କ ପ୍ରବଳ ମୁଣ୍ଡବିନ୍ଧା ମଧ୍ୟ ହୋଇଥିଲା। ଅସୁସ୍ଥ ଥିବା ଯାତ୍ରୀଙ୍କର ଚିକିତ୍ସା ଚାଲିଛି।
ଡିଜିସିଏର ନିର୍ଦ୍ଦେଶକ କହିଛନ୍ତି,“ ବିମାନରେ ଘଟିଥିବା ଏହି ଅଘଟଣକୁ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (Aircraft Accident Investigation Bureau) ତଦନ୍ତ କରୁଛି। ବିମାନ ଉଡ଼ାଣ ଦାୟିତ୍ୱରେ ଥିବା କ୍ରୁ ମେମ୍ବରଙ୍କୁ ବାହାର କରି ଦିଆଯାଇଛି।
from Odisha Reporter https://ift.tt/2NY3Men
No comments:
Post a Comment