ପୁଲିସ୍‌ର ବର୍ବରତା: ମହିଳାଙ୍କୁ ଜିପ୍‌ ଉପରେ ବସାଇ ଏମିତି ଦେଲା ଦଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ପୁଲିସ୍‌ର ବର୍ବରତା: ମହିଳାଙ୍କୁ ଜିପ୍‌ ଉପରେ ବସାଇ ଏମିତି ଦେଲା ଦଣ୍ଡ

police

ନୂଆଦିଲ୍ଲୀ: ପଞ୍ଚାବର ଅମୃତସରରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଲିସ୍‌ ଏକ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ନେବା ସମୟରେ ତାଙ୍କ ସ୍ତ୍ରୀ ବିରୋଧ କରିଥିଲେ। ଏହାପରେ ପୁଲିସ୍‌ବାବୁ ମାନେ ମହିଳାଙ୍କୁ ପୁଲିସ୍‌ ଜିପ୍‌ ଉପରେ ବସାଇଥିବା ଦେଖିବାକୁ ମିଳିଛି। ତେବେ ମହିଳା ଜଣକ ଜିପ୍‌ରୁ ପଡ଼ି ଆହତ ହୋଇଛନ୍ତି।  ଗୁରୁତର ଅବସ୍ଥାରେ ତାଙ୍କୁ ଅମୃତସର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ୍‌ ପକ୍ଷରୁ କୁହାଯାଇଛି,“ ପଞ୍ଚାବ ପୁଲିସ୍‌ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମହିଳାଙ୍କୁ ଜୋରଜବରଦସ୍ତ ଜିପ୍‌ ଉପରେ  ବସାଇ ଥିଲେ। ସିସିଟିଭି ଫୁଟେଜ୍‌ ଆସିବା ପରେ ଏହି ମାମଲା ସାମ୍ନାକୁ ଆସିଛି।  ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ ମହିଳାଙ୍କୁ ଜିପ୍‌ ଉପରେ ବସାଇ ନିଆଯାଉଥିଲା। ଆଉ ଏହି ଜିପ୍‌କୁ ଜଣେ ପୁଲିସ୍ କର୍ମଚାରୀ ଚଲାଉଥିଲେ। ତେବେ ଜିପ୍‌ ଦ୍ରୁତ ଗତିରେ ଥିବାରୁ ମହିଳା ଜଣକ ହଠାତ୍‌ ତଳକୁ ପଡ଼ି ଯାଇଥିଲେ। ସେଠାରେ ଥିବା ଉପସ୍ଥିତ ଲୋକେ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମହିଳାଙ୍କ ମୁଣ୍ଡ ଓ ଶରୀରର କିଛି ସ୍ଥାନରେ ଆଘାତ ଲାଗିଛି।”

ସୂଚନାଅନୁସାରେ, ସମ୍ପତ୍ତି ବିବାଦ ମାମଲାର ତଦନ୍ତ କରିବାକୁ  ପୁଲିସ୍‌ ମହିଳାଙ୍କ ଶ୍ୱଶୁର ଘର ଅମୃତସର ଜିଲ୍ଲାର ଚାବିଡା ଦେବୀ ଗାଁକୁ ଯାଇଥିଲା।



from Odisha Reporter https://ift.tt/2xRQhTy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages