କ୍ୟାମେରାରେ କଏଦ ହେଲା ହତ୍ୟାକାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

କ୍ୟାମେରାରେ କଏଦ ହେଲା ହତ୍ୟାକାଣ୍ଡ

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ଜନଗହଳିପୂର୍ଣ୍ଣ ରାସ୍ତାରେ ପୁଣି ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟକ୍ତିଙ୍କୁ କୁରାଢ଼ୀରେ ହାଣି ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ସମୟରେ ଘଟଣାସ୍ଥଳରେ ପୁଲିସ୍‌ ଉପସ୍ଥିତ ଥିଲେ ହେଁ ଦୁର୍ବୃତ୍ତଙ୍କୁ ରୋକିବାକୁ କୌଣସି ପ୍ରୟାସ କରିନଥିଲେ। ଏହି ଘଟଣାଟି ପୂରା କ୍ୟାମେରାରେ କଏଦ ହୋଇଛି।

ଦୁଇ ଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ରାଜେନ୍ଦ୍ର ନଗର ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ବାରମ୍ବାର ହାଣିଥିଲେ ହେଁ ପୁଲିସ୍‌ ସବୁ ଦେଖି ଚୁପ୍‌ ରହିବା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ବ୍ୟକ୍ତି ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରିବା ବେଳେ ଆକ୍ରମଣ କରୁଥିବା ବ୍ୟକ୍ତି ଜଣଙ୍କ ହିରୋ ଭଳି ସଗର୍ବେ ହାତ ଟେକି ବିଜୟ ମନାଇଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଘଟଣାସ୍ଥଳରେ ୩ ଜଣ ପୁଲିସ୍‌ କର୍ମଚାରୀ ଥିଲେ କିନ୍ତୁ କେହି ବି ଏହି ଘଟଣାରେ ହସ୍ତକ୍ଷେପ କରି ନଥିଲେ।

ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ପୁଲିସ୍‌କୁ ସମାଲୋଚନା କରିଛନ୍ତି। ତେବେ ଜଣେ ଅଫିସର କହିଛନ୍ତି, ଘଟଣା ସମୟରେ ପୁଲିସ୍‌ କନେଷ୍ଟବଲ୍‌ ଲାଠି ଆଣିବାକୁ ଯାଇଥିଲେ। ତେଣୁ ସେମାନେ ଚୁପ୍‌ ରହିଥିଲେ ବୋଲି କହିବା ଠିକ୍‌ ହେବନାହିଁ। ଜଣେ ପୁଲିସ୍‌ କର୍ମଚାରୀମାନେ ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ପାଲଟା ଆକ୍ରମଣ କରିବାକୁ ସେ କିଛି କରିପାରି ନଥିଲେ। ଭାଇରାଲ୍‌ ଭିଡିଓରେ ମଧ୍ୟ ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି ବୋଲି ସେ କହିଛନ୍ତି।

ଭିଡିଓ ଅନୁଯାୟୀ, ଘଟଣା ସମୟରେ ସାଇବରାବାଦ୍‌ ପୁଲିସ୍‌ର ଏକ ଗାଡ଼ି ସେହି ରାସ୍ତାରେ ଅତିକ୍ରମ କରିଥିଲା। ଲୋକମାନେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ ହେଁ ଗାଡ଼ିଟି ସେଠାରେ ଅଟକି ନଥିଲା। ହତ୍ୟାକାଣ୍ଡ ପରେ ଦୁର୍ବୃତ୍ତ ଜଣଙ୍କ ନିଜର ହଳଦିଆ ସାର୍ଟ ଖୋଲୁଥିବା ଦେଖିବାକୁ ମିଳୁଛି।

ହତ୍ୟାକାଣ୍ଡର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କର ନାଁ ରମେଶ ବୋଲି ଜଣାପଡ଼ିଛି। ଗତବର୍ଷ ଡିସେମ୍ବରରେ ଘଟିଥିବା ମହେଶ ଗୌଡ଼ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ରମେଶ। ସେ ନିକଟରେ ଜାମିନ ପାଇ ଜେଲରୁ ଆସିଥିଲେ। ଆଜି ରମେଶ କୋର୍ଟରୁ ଫେରିବା ବେଳେ ମହେଶଙ୍କ ବାପା ଓ ଦାଦା ତାଙ୍କୁ ଆକ୍ରମଣ କରିଥିଲେ।



from Odisha Reporter https://ift.tt/2Q7Z7nk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages