ଘରେ ରଖନ୍ତୁ ହାତୀ ମୂର୍ତ୍ତି ଓ ଚିତ୍ର, ମିଳିବ ଶୁଭ ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 10, 2018

ଘରେ ରଖନ୍ତୁ ହାତୀ ମୂର୍ତ୍ତି ଓ ଚିତ୍ର, ମିଳିବ ଶୁଭ ଫଳ

elephant

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକଙ୍କ ଘର ଏବଂ ଅଫିସ୍‌ରେ ହାତୀ ମୂର୍ତ୍ତି ଏବଂ ଚିତ୍ର ଲାଗିଥିବା ଆପଣ ଦେଖିଥିବେ। ବାସ୍ତୁଶାସ୍ତ୍ରରେ ହାତୀଙ୍କର ମୂର୍ତ୍ତି ଓ ଚିତ୍ର ରଖିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ହାତୀଙ୍କ ଚିତ୍ର ରଖିଲେ, ନକାରାତ୍ମକ ଶକ୍ତି ଘରକୁ ପ୍ରବେଶ କରି ପାରିନଥା’ନ୍ତି।

ଘରର ପ୍ରମୁଖ ଦ୍ୱାରରେ ହାତୀର ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ଏପରି କରିବା ଦ୍ୱାରା ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବା ସହ ପରିବାରର ସମସ୍ତେ ମିଳିମିଶି ରହିଥା’ନ୍ତି।

କେଉଁଭଳି ରଖିବେ ହାତୀ ମୂର୍ତ୍ତି ?

ଘରେ ସେହିଭଳି ହାତୀର ମୂର୍ତ୍ତି ରଖନ୍ତୁ, ଯେଉଁଥିରେ ହାତୀର ଷୁଣ୍ଢ ତଳ ଆଡ଼କୁ ଥିବ। ଏହିପରି ମୂର୍ତ୍ତି ରଖିଲେ, ପରିବାରକୁ ସୁଖ ଓ ଶାନ୍ତି ଆସିଥାଏ।
ସେହିପରି ଯଦି ହାତୀର ଷୁଣ୍ଢ ଉପର ଆଡ଼କୁ ରହିଛି, ତେବେ ଏପରି ମୂର୍ତ୍ତି ରଖିବା ଦ୍ୱାରା ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ।

ଶୋଇବା ଘରେ ହାତୀ ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା ବଢ଼ିବା ସହ ଦାମ୍ପତ୍ୟ ଜୀବନରେ କେବେ କଳହ ସୃଷ୍ଟି ହୋଇନଥାଏ।

ସେହିପରି ଘରେ ଛୁଆ ହାତୀର ମୂର୍ତ୍ତି ରଖିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୁଏ। କୁହାଯାଏ, ଏପରି ମୂର୍ତ୍ତି ରଖିଲେ, ଆପଣଙ୍କ ପିଲା ଆପଣଙ୍କ କଥା ମାନିବା ସହିତ ଗୁରୁଜନଙ୍କୁ ଆଦର ଏବଂ ସମ୍ମାନ କରିଥାଏ। ଏହା ସହିତ ପିଲା ଉତ୍ତମ ସଂସ୍କାର ମଧ୍ୟ ପାଇଥାଏ।

ପଢ଼ା ଟେବଲ୍‌ରେ ହାତୀ ମୂର୍ତ୍ତି ରଖିଲେ, ପିଲାମାନେ ପଢ଼ାଲେଖାରେ ଅଧିକ ଧ୍ୟାନ ଦେଇଥା’ନ୍ତି। ସେମାନଙ୍କ ଧ୍ୟାନ ଭଙ୍ଗ ହୋଇନଥାଏ ଏବଂ ସ୍ମୃତିଶକ୍ତି ପ୍ରଖର ହୋଇଥାଏ।

ସନ୍ତାନ ପାଇବାକୁ ଚାହୁଁଥିବା ଦମ୍ପତିଙ୍କ ପାଇଁ ହାତୀ ମୂର୍ତ୍ତି ରଖିବା ଶୁଭ ବୋଲି କୁହାଯାଇଥାଏ। ସେଥିପାଇଁ ଶୋଇବା ଘରେ ୭ଟି ହାତୀର ମୂର୍ତ୍ତି ରଖାଯାଇଥାଏ। ଏହା ସହିତ ଜୀବନରେ ଉନ୍ନତି ପାଇବାକୁ ଚାହୁଁଥିଲେ, ଘରର ଉତ୍ତର ଦିଗରେ ହାତୀ ମୂର୍ତ୍ତି ରଖନ୍ତୁ।



from Odisha Reporter https://ift.tt/2CD4ycj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages