ପୁଲିସ୍‌କୁ ଦେଖି ଆମ୍ବୁଲାନ୍ସ ଛାଡ଼ି ଡ୍ରାଇଭର ଫେରାର; ମିଳିଲା ଏମିତି ଜିନିଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ପୁଲିସ୍‌କୁ ଦେଖି ଆମ୍ବୁଲାନ୍ସ ଛାଡ଼ି ଡ୍ରାଇଭର ଫେରାର; ମିଳିଲା ଏମିତି ଜିନିଷ

ambulance

ମାଲକାନଗିରି: ପୁଲିସ୍‌କୁ ଦେଖି ଆମ୍ବୁଲାନ୍ସ ତା’ର ରାସ୍ତା ବଦଳାଇ ଦେଲା। କିନ୍ତୁ ପୁଲିସ୍‌ ପାଖରେ ପୂର୍ବରୁ ସୂଚନା ଥିଲା। ତେଣୁ ସନ୍ଦେହ ବଢ଼ିଗଲା।

ପୁଲିସ୍ ଆମ୍ବୁଲାନ୍ସଟିକୁ ପିଛା କଲା। ପୁଲିସ୍ ହାବୁଡ଼ରୁ ବଞ୍ଚିବାକୁ ଆମ୍ବୁଲାନ୍ସ ଡ୍ରାଇଭର ଦ୍ରୁତଗତିରେ ଗାଡ଼ି ଚଲାଉଥିଲେ। ତେବେ ବାଟରେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ରାସ୍ତା ତଳକୁ ଖସିଗଲା। ଏହା ପରେ ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ।

ପୁଲିସ୍ ଆମ୍ବୁଲାନ୍ସଟିକୁ ଯାଞ୍ଚ କରିଥିଲା। ପୂର୍ବ ସୂଚନା ଅନୁଯାୟୀ, ତା’ ଭିତରେ ଗଞ୍ଜେଇ ଥିଲା। ତିନିଟି ବସ୍ତାରେ ଗଞ୍ଜେଇ ଚାଲାଣ କରାଯାଉଥିଲା।

ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଅଞ୍ଚଳରେ। ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ମୁଦୁଲିପଡ଼ା ପୁଲିସ୍‌କୁ ପୂର୍ବରୁ ସୂଚନା ମିଳିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ନିଜକୁ ବଞ୍ଚାଇବାକୁ ଖଇରପୁଟ-ମାଥିଲି ରାସ୍ତାକୁ ଯିବା ସମୟରେ କଲୋନୀ ସାହି ପାଖରେ ଗାଡ଼ିଟି ଭାରସ୍ୟାମ ହରାଇ ରାସ୍ତା ତଳକୁ ଖସି ଯାଇଥିଲା।

ମୁଦୁଲିପଡ଼ା ପୁଲିସ୍ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡ଼ିକୁ ଜବତ କରିଛି। ଆମ୍ବୁଲାନ୍ସଟିକୁ ମଧ୍ୟ ଥାନାରେ ରଖାଯାଇଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

 



from Odisha Reporter https://ift.tt/2MVOy9O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages