ଘରେ ପ୍ରସ୍ତୁତ କରନ୍ତୁ ଜିରା ଛେନା ମସଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଘରେ ପ୍ରସ୍ତୁତ କରନ୍ତୁ ଜିରା ଛେନା ମସଲା

chhena-curry

ଆବଶ୍ୟକ ସାମଗ୍ରୀ: କ୍ଷୀର, କଞ୍ଚା ଲଙ୍କା, ଟମାଟୋ କଟା, ପିଆଜ କଟା, ଅଦା ପେଷ୍ଟ୍‌, ରସୁଣ ପେଷ୍ଟ୍‌, ଗୋଟା ଜିରା, ଗରମ ମସଲା (ଡାଲଚିନି, ଗୁଜୁରାତି ଓ ଜିରାରେ ପ୍ରସ୍ତୁତ), ରିଫାଇନ୍‌ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଲେମ୍ବୁ, ପାଣି ଓ ଧନିଆ ପତ୍ର

chhena2ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ  ଛେନା ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ  କ୍ଷୀର ଢାଳି  ଚୁଲିରେ ବସାଇ ଫୁଟିବାକୁ ଛାଡ଼ିଦିଅନ୍ତୁ। କ୍ଷୀର ଫୁଟିଯିବା ପରେ  ସେଥିରେ ଲେମ୍ବୁ ରସ ପକାନ୍ତୁ। କ୍ଷୀର ଛିଣ୍ଡି ଛେନା ପ୍ରସ୍ତୁତ ହୋଇଯିବା ପରେ ସେହି ଛେନାକୁ ଛାଣି ଏକ ପାତ୍ରରେ ରଖନ୍ତୁ।

ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ ଜିରା ପକାନ୍ତୁ। ତା’ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ ସେଥିରେ  କଞ୍ଚା ଲଙ୍କା ଓ ଟମାଟୋ ପକାଇ ଭାଜନ୍ତୁ।

ଏହାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଦା ଓ ରସୁଣ ପେଷ୍ଟ୍‌ ପକାଇ ଭଲଭାବେ କଷନ୍ତୁ।

ମସଲା କଷି ହୋଇଯିବା ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ ଓ ୨ ମିନିଟ୍‌ ସେମିତି ଛାଡ଼ି ଦିଅନ୍ତୁ। ମସଲା କଡ଼େଇରେ ନ ଲାଗିବା ପାଇଁ ଅଳ୍ପ ପାଣି ଦେବେ। କିନ୍ତୁ ମସଲା ପାଣିଆ କରିବେନି ଶୁଖିଲା ହିଁ ରଖିବେ।

ମସଲା ପ୍ରସ୍ତୁତ ହୋଇଯିବା ପରେ ସେଥିରେ ଛେନାକୁ ଗୁଣ୍ଡକରି ପକାନ୍ତୁ। ତା’ପରେ ତାକୁ ଭଲଭାବେ ଗୋଳାଇ ଦିଅନ୍ତୁ।

ମସଲାରେ ଛେନା ଭଲ ଭାବେ ମିଶିଯିବା ପରେ ଚୁଲିରୁ କଡ଼େଇ ଓହ୍ଲାଇ ଦିଅନ୍ତୁ। ତା’ପରେ ତାକୁ ଏକ ପାତ୍ରରେ କାଢ଼ି ଦେଇ ଉପରେ ଅଳ୍ପ ଧନିଆ ପତ୍ର ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଜିରା ଛେନା ମସଲା।



from Odisha Reporter https://ift.tt/2xsLGrn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages