
କଟକ (ଓଡ଼ିଶା ରିପୋର୍ଟର): କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା ଅଭିଯୋଗ ଘଟଣାରେ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ପୁଲିସ୍ ଗିରଫ କରିଛି। ଏହା ସହ ପୁଲିସ୍ ୩ କର୍ପୋରେଟର୍ ଓ ୨୦ ଜଣ ଦଳୀୟ କର୍ମୀଙ୍କୁ ଗିରଫ କରିଛି।
ମହମ୍ମଦ ମୋକିମଙ୍କ ଘରେ ପୁଲିସ୍ ଚଢ଼ଉ କରିଥିଲା। ସେହିପରି କର୍ପୋରେଟରଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ସେମାନଙ୍କୁ ପୁଲିସ୍ ଘରୁ ଉଠାଇ ନେଇଥିଲା।
ଗିରଫ ହେବା ପରେ ମହମ୍ମଦ ମୋକିମ କହିଛନ୍ତି,“ଆମେ ପ୍ରତିବାଦ କରିବାରୁ ଆକ୍ରୋଶମୂଳକ ଭାବେ ରାଜନୀତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି। ତା’ସହ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।”
ଗତ ମଙ୍ଗଳବାର ଜଣେ ୱାରେଣ୍ଟିକୁ ଗିରଫ ପ୍ରତିବାଦରେ କଂଗ୍ରେସ କର୍ମୀ ଥାନାରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏଥିସହ କଂଗ୍ରେସ କର୍ମୀ ଥାନା ସାମ୍ନା ରାସ୍ତାକୁ ଅବରୋଧ କରିଥିଲେ।
from Odisha Reporter https://ift.tt/2NcizlZ
No comments:
Post a Comment