‘ମହାବୀର’ ସହିତ ‘ସୁନ୍ଦରୀ’ର ଝଗଡ଼ା ହୋଇଛି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

‘ମହାବୀର’ ସହିତ ‘ସୁନ୍ଦରୀ’ର ଝଗଡ଼ା ହୋଇଛି କି?

ଅନୁଗୋଳ (ବିରଜା ଦାସ): ସାତକୋଶିଆରେ ଅଭୟାରଣ୍ୟରେ କାହିଁକି ବାଘୁଣୀ ‘ସୁନ୍ଦରୀ’ ହେଉଛି ହିଂସ୍ର? ମଣିଷ ମାରିଲା କାହିଁକି? ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ଆସିଥିବା ମହାବଳ ‘ମହାବୀର’ର ‘ସୁନ୍ଦରୀ’ ସହିତ ଝଗଡ଼ା ହୋଇଛି କି? କାରଣ ପୂର୍ବରୁ ମହାବୀର ଓ ସାତକୋଶିଆ ଅନ୍ୟ ବାଘୁଣୀଙ୍କ ସହିତ ମିଳାମିଶା କରୁଥିବା ଦେଖିବାକୁ ମିଳିଥିଲା। ତେଣୁ ସେମାନେ ‘ସୁନ୍ଦରୀ’କୁ ତଡ଼ିଦେବା ପାଇଁ ଉଦ୍ୟମ କରିଥାଇପାରନ୍ତି। ଫଳରେ ସେ ହିଂସ୍ର ହୋଇ ଗ୍ରାମାଞ୍ଚଳରେ ପ୍ରବେଶ କରି ମଣିଷଙ୍କୁ ଟାଣି ନେଉଥିବା ଅଭିଯୋଗ ହେଉଛି।
 
ବାନ୍ଧବଗଡ଼ ଅଭୟାରଣ୍ୟରେ ମାଆ ସହ ବିଚରଣ କରୁଥିଲା ‘ସୁନ୍ଦରୀ’। ଜଙ୍ଗଲ ଭିତରେ କେବେ ଏକାକୀ ଶିକାର କରିନଥିଲା। ତେବେ ସାତକୋଶିଆକୁ ଆସିବା ପରେ ‘ସୁନ୍ଦରୀ’ ନିଜେ ଶିକାର କରିବାରେ ବିଫଳ ହେଉଛି କି? ଏପରି ଅନେକ ପ୍ରଶ୍ନ ଏବେ ପରିବେଶବିତଙ୍କୁ ଚିନ୍ତାରେ ପକାଇ ଦେଇଛି।
 
ଦୁଇ ଦିନ ତଳେ ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଥିଲା। ‘ସୁନ୍ଦରୀ’ ସମ୍ପୃକ୍ତ ମହିଳାଙ୍କୁ ଟାଣିନେଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଏପରିକି ବନ ବିଭାଗର ବିଟ ହାଉସ ପୋଡ଼ାଜଳା ମଧ୍ୟ କରିଥିଲେ। ଶେଷରେ ପ୍ରଶାସନଠାରୁ ସୁନ୍ଦରୀର ସ୍ଥାନାନ୍ତରଣର ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। 


from Odisha Reporter https://ift.tt/2NIjUjT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages